36.1 C
Bhubaneswar
Monday, May 6, 2024
Homeଓଡିଶାସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକା

ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକା

ଭୁବନେଶ୍ୱର: ସାମ୍ବାଦିକଙ୍କୁ ଟିକାକରଣ ନେଇ ଦ୍ୱନ୍ଦ ଦୂର କରିଛି ବିଏମସି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ । ୟୁନିଟ-୬ ବାଳିକା ବିଦ୍ୟାଳୟରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ । ଖୁବଶୀଘ୍ର ଟିକାକରଣ ନେଇ ବିଏମସି କମିଶନର ସଂଜୟ ସିଂ ନିଷ୍ପତ୍ତି ନେବେ ।

ସୂଚନାଯୋଗ୍ୟ , ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ ମଧ୍ୟ କରୋନା ଉପରେ ସାମାନ୍ୟ ପ୍ରଭାବ ପକାଇ ପାରୁନାହିଁ । ଏହା ମଧ୍ୟରେ ଆଜି ପୁଣି ୭୭୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩୩୧ ଓ ସ୍ଥାନୀୟ ଅଞ୍ଚଳରୁ ୩୩୯୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ଲକ୍ଷ ୧୩ ହଜାର ୫୫ ରହିଥିବା ବେଳେ ୮୨ ହଜାର ୬୭୯ ଜଣ ଚିକିତ୍ସିତ ହେଉଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ କରୋନା ସଂକ୍ରମିତ ବାହାରିଥିବାବେଳେ ଅନୁଗୁଳରୁ ୪୪୯, ବାଲେଶ୍ୱରରୁ ୪୩୬, ବରଗଡରୁ ୧୮୯, ଭଦ୍ରକରୁ ୨୮୭, ବଲାଙ୍ଗୀରରୁ ୬୧, ବୌଦ୍ଧରୁ ୧୨୮, କଟକରୁ ୭୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୭୨, ଢେଙ୍କାନାଳରୁ ୨୫୨, ଗଜପତିରୁ ୬୮, ଗଞ୍ଜାମରୁ ୧୫୩, ଜଗତ୍‌ସିଂହପୁରରୁ ୨୫୫, ଯାଜପୁରରୁ ୩୮୮, ଝାରସୁଗୁଡାରୁ ୭୧, କଳାହାଣ୍ଡିରରୁ ୧୬୭, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୨୨୩, କେନ୍ଦୁଝରରୁ ୧୬୬ ଏବଂ କୋରାପୁଟରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ, ମାଲକାନଗିରିରୁ୧୦୪, ମୟୂଭଞ୍ଜରୁ ୪୪୨, ନବରଙ୍ଗପୁର, ନୟଗଡରୁ ୨୧୯, ନୂଆପଡାରୁ ୪୮, ପୁରୀରୁ ୩୩୩, ରାୟଡାଗରୁ ୩୧୦, ସମ୍ବଲପୁରରୁ ୧୬୧, ସୋନପୁରରୁ ୬୧, ସୁନ୍ଦରଗଡରୁ ୨୭୦ ଏବଂ ଷ୍ଟେଟ ପୁଲ୍‌ରୁ ୧୮୮ ଜଣ ବାହାରିଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking