28.1 C
Bhubaneswar
Wednesday, April 24, 2024
Homeଓଡିଶା୮,୯ରେ ୧୮ରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ୨ୟ ଡୋଜ୍‌

୮,୯ରେ ୧୮ରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ୨ୟ ଡୋଜ୍‌

ଭୁବନେଶ୍ୱର: ୧୮ରୁ ୪୪ ବୟସ ବର୍ଗଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ୮ ଓ ୯ ତାରିଖରେ ଏନେଇ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ । ବନ୍ଦ ରହିଥିବା ମୋବିଲାଇଜେସନ କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ହେବ । ମେ ୩,୪ ଓ ୫ରେ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଟିକା ।  ଏନେଇ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବ । ପୂର୍ବରୁ ନେଇଥିବା କେନ୍ଦ୍ରରେ ହିଁ ଟିକାକରଣ କରାଯିବ । କୋୱିନ ଆପରେ ସ୍ଲଟ ବୁକ୍ କରିଥିବା ବ୍ୟକ୍ତି ପୁଣି ସ୍ଲଟ ବୁକିଂ କରିବେ । ଟିକାର ପରିମାଣ ଦେଖି ଟିକାକରଣ କରାଯିବ ବୋଲି ଅତିରିକ୍ତ କମିଶନର କହିଛନ୍ତି ।

ସୂଚନାଯୋଗ୍ୟ , ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ ମଧ୍ୟ କରୋନା ଉପରେ ସାମାନ୍ୟ ପ୍ରଭାବ ପକାଇ ପାରୁନାହିଁ । ଏହା ମଧ୍ୟରେ ଆଜି ପୁଣି ୭୭୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩୩୧ ଓ ସ୍ଥାନୀୟ ଅଞ୍ଚଳରୁ ୩୩୯୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ଲକ୍ଷ ୧୩ ହଜାର ୫୫ ରହିଥିବା ବେଳେ ୮୨ ହଜାର ୬୭୯ ଜଣ ଚିକିତ୍ସିତ ହେଉଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ କରୋନା ସଂକ୍ରମିତ ବାହାରିଥିବାବେଳେ ଅନୁଗୁଳରୁ ୪୪୯, ବାଲେଶ୍ୱରରୁ ୪୩୬, ବରଗଡରୁ ୧୮୯, ଭଦ୍ରକରୁ ୨୮୭, ବଲାଙ୍ଗୀରରୁ ୬୧, ବୌଦ୍ଧରୁ ୧୨୮, କଟକରୁ ୭୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୭୨, ଢେଙ୍କାନାଳରୁ ୨୫୨, ଗଜପତିରୁ ୬୮, ଗଞ୍ଜାମରୁ ୧୫୩, ଜଗତ୍‌ସିଂହପୁରରୁ ୨୫୫, ଯାଜପୁରରୁ ୩୮୮, ଝାରସୁଗୁଡାରୁ ୭୧, କଳାହାଣ୍ଡିରରୁ ୧୬୭, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୨୨୩, କେନ୍ଦୁଝରରୁ ୧୬୬ ଏବଂ କୋରାପୁଟରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ, ମାଲକାନଗିରିରୁ୧୦୪, ମୟୂଭଞ୍ଜରୁ ୪୪୨, ନବରଙ୍ଗପୁର, ନୟଗଡରୁ ୨୧୯, ନୂଆପଡାରୁ ୪୮, ପୁରୀରୁ ୩୩୩, ରାୟଡାଗରୁ ୩୧୦, ସମ୍ବଲପୁରରୁ ୧୬୧, ସୋନପୁରରୁ ୬୧, ସୁନ୍ଦରଗଡରୁ ୨୭୦ ଏବଂ ଷ୍ଟେଟ ପୁଲ୍‌ରୁ ୧୮୮ ଜଣ ବାହାରିଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking