30.1 C
Bhubaneswar
Monday, May 6, 2024
Homeକରୋନାସିଙ୍ଗଲ ସଟ୍ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଚାହୁଁଛି ଜନସନ ଆଣ୍ଡ ଜନସନ

ସିଙ୍ଗଲ ସଟ୍ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଚାହୁଁଛି ଜନସନ ଆଣ୍ଡ ଜନସନ

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ  ନିଜ ସିଙ୍ଗଲ ସଟ୍ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କୁ ଅନୁମତି ମାଗିଛି । କମ୍ପାନୀ ଏହା ପୂର୍ବରୁ ସୋମବାର କହିଥିଲା, ସେ ଭାରତରେ ନିଜ ସିଙ୍ଗଲ ଡୋଜ ବିଶିଷ୍ଟ କୋଭିଡ ଭ୍ୟାକ୍ସିନ  ଆଣଇବା ପାଇଁ ପ୍ରତିବଦ୍ଧ ଓ ଏ ସମ୍ବନ୍ଧରେ ଭାରତ ସରକାରଙ୍କ ସହିତ ଚାଲିଥିବା ଆଲୋଚନାକୁ ନେଇ ଆଶାବାଦୀ ।
କମ୍ପାନୀର ଜଣେ ଅଧିକାରୀ ଏକ ବୟାନରେ କହିଛନ୍ତି, ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିମିଟେଡ ୫ ଅଗଷ୍ଟ ୨୦୨୧ରେ ଭାରତ ସରକାରଙ୍କ ନିକଟରେ ସିଙ୍ଗଲ ଡୋଜ ବିଶିଷ୍ଟ କୋଭିଡ ୧୯ ଭ୍ୟାକ୍ସିନ ର ଇୟୁଏ ପାଇଁ ଆବେଦନ କରିଥିଲା । ଏହା ଏକ ମହତ୍ୱପୂର୍ଣ୍ଣ ମିଲର ପଥର, ଯାହା ବୋୟଲୋଜିକାଲ ଇ ଲିମିଟେଡ ସହିତ କମ୍ପାନୀରୁ ଭାରତର ନାଗରିକ ଓ ଅନ୍ୟ ସମସ୍ତଙ୍କ ପାଇଁ କୋଭିଡ ଭ୍ୟାକ୍ସିନର ସିଙ୍ଗଲ  ସଟ ର ବିକଳ୍ପ ଦିଏ ।
ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜନସନ ଆଣ୍ଡ ଜନସନର ଭ୍ୟାକ୍ସିନକୁ ନେଇ ବୟାନ ଦେଇଥିଲେ । ନୀତି ଆୟୋଗ ର ସ୍ୱାସ୍ଥ୍ୟ ସଦସ୍ୟ ଡ. ଭିକେ ପଲ୍ କହିଥିଲେ, ଏହି ଭ୍ୟାକ୍ସିନର ଉତ୍ପାଦନ ବାହାରେ ହେଉଛି । ଭାରତ ସରକାରଙ୍କ ପ୍ଲାନ ଅନୁସାରେ, ଏହି ଭ୍ୟାକ୍ସିନର ଉତ୍ପାଦନ ହାଇଦ୍ରାବାଦ ବାୟୋରେ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking