29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶହକି ଟିମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ହକି ଟିମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ନୂଆଦିଲ୍ଲୀ : ମ୍ୟାଚ ହାରିଲେ କିନ୍ତୁ ହୃଦୟ ଜିତିଲେ । ଗ୍ରେଟ ବ୍ରିଟେନ ବିପକ୍ଷରେ ଦମଦାର ଲଢେଇ କରି ହାରିବା ପରେ ଭାରତୀୟ ହକି ଖେଳାଳୀ ପଡିଆରେ ଭୋ ଭୋ ହୋଇ କାନ୍ଦିଥିବା ଦେଖିବାକୁ ମିଳିଥିଲା । ଅଲିମ୍ପିକ୍ସରେ ପଦକ ଆଶା ଅଧୁରା ରହିଛି ସତ କିନ୍ତୁ ଶେଷ ମୂହୂର୍ତ୍ତ ପର୍ଯ୍ୟନ୍ତ ଭାରତୀୟ ହକି ଦଳ ଯେଉଁ ଲଢେଇ କରିଥିଲା ତାହା ସମସ୍ତଙ୍କ ହୃଦୟ ଜିତି ନେଇଛି ।

ଭାରତୀୟ ହକି ଦଳ ଉପରେ ସମଗ୍ର ଦେଶ ଏବେ ଗର୍ବ ଅନୁଭବ କରୁଛି ବୋଲି ଟ୍ୱଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ । ମହିଳା ହକି ଦଳର ଦମଦାର ପ୍ରଦର୍ଶନକୁ ଆମେ ସର୍ବଦା ମନେ ରଖିବୁ । ଅଳ୍ପରୁ ଆମେ ଏହି ମ୍ୟାଚ ହାରି ଯାଇଛୁ ସତ ହେଲେ ଏହା ନୂଆ ଇଣ୍ଡିଆର ସମ୍ଭାବନା ସୃଷ୍ଟି କରିଛି । ଟୋକିଓ ରେ ମହିଳା ଖେଳାଳୀଙ୍କ ସଫଳତା ଆହୁରି ଅଧିକରୁ ଅଧିକ ଝିଅଙ୍କୁ ହକିରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମୋଦି ।

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମହିଳା ଖେଳାଳୀଙ୍କୁ ଚିୟର କରିଛନ୍ତି । ପଡିଆରେ ଖେଳାଳୀଙ୍କ ଦମଦାର ପ୍ରଦର୍ଶନ ଆଜି ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜିତିଛି । ଆମେ ତୁମ ସମସ୍ତଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ରାଷ୍ଟ୍ରପତି ।

ଗ୍ରେଟ ବ୍ରିଟେନ ବିକ୍ଷରେ ଭାରତ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ 3-4 ରେ ହାରିଲା ଟିମ୍ ଇଣ୍ଡିଆ । ଫଳରେ ଅଲିମ୍ପିକ୍ସରେ ଭାରତର ପଦକ ଆଶା ଅଧୁରା ରହିଯାଇଛି । ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଗ୍ରେଟ ବ୍ରିଟେନ ଆଗରେ ଥିବାବେଳେ ଭାରତୀୟ ଦଳ ଶେଷରେ ଦୃଢ ପ୍ରତିଶୋଧ ନେଇଥିଲା । ଦ୍ୱିତୀୟ କ୍ୱାର୍ଟରରେ ୦-୨ ତଳକୁ ଖସିଯିବା ପରେ ଭାରତୀୟ ଦଳ ପାଞ୍ଚ ମିନିଟ ମଧ୍ୟରେ ତିନୋଟି ଗୋଲ ସ୍କୋର କରି ୩-୨ ଅଗ୍ରଣୀ ହାସଲ କରିଥିଲା। ତୃତୀୟ କ୍ୱାର୍ଟରରେ ବ୍ରିଟେନର ତୃତୀୟ ଗୋଲ ସ୍କୋର ୩-୩ ରେ କରିଥିଲା। ଚତୁର୍ଥ କ୍ୱାର୍ଟରରେ ବ୍ରିଟେନର ଚତୁର୍ଥ ଗୋଲ ଦେଇ ମ୍ୟାଚ୍‌କୁ ନିଜ ପକ୍ଷକୁ ନେଇଥିଲା। ରାନି ରାମପାଲଙ୍କ ନେତୃତ୍ତ୍ୱରେ ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି ଭାରତୀୟ ମହିଳା । ପ୍ରତି ଟି ବାଧାକୁ ପାର କରି ଦେଶକୁ ଗୌରବାନ୍ବିତ କରିଛନ୍ତି । ପ୍ରଥମରୁ ୩ଟି ମ୍ୟାଚ୍ ହାରିବା ପରେ ମଧ୍ୟ ଦୃଢ଼ ଆତ୍ମବିଶ୍ବାସର ସହ ଖେଳିଥିଲେ ମହିଳା ଟିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking