33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶତୃତୀୟ ଲହର ଆଶଙ୍କା ମଧ୍ୟରେ ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଘୋଷଣା

ତୃତୀୟ ଲହର ଆଶଙ୍କା ମଧ୍ୟରେ ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଘୋଷଣା

ଜୟପୁର: ରାଜସ୍ଥାନର ୬ ଜିଲ୍ଲା ଭରତପୁର, ଦୌସା, ଜୟପୁର, ଯୋଦ୍ଧପୁର, ସବାଇମାଧୋପୁର ଓ ସିରୋହୀ ଜିଲ୍ଲା ପରିଷଦ ଏବଂ ପଂଚାୟତ ସମିତି ସଦସ୍ୟଙ୍କ ନିର୍ବାଚନ ପାଇଁ ମତଦାନ ୩ଟି ପର୍ଯ୍ୟାୟରେ ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁସାରେ, ପ୍ରଥମ ଚରଣ ପାଇଁ ୨୬ ଅଗଷ୍ଟ, ଦ୍ୱିତୀୟ ଚରଣ ପାଇଁ ୨୯ ଅଗଷ୍ଟ ଓ ତୃତୀୟ ଚରଣ ପାଇଁ ୧ ସେପ୍ଟେମ୍ବର ସକାଳ ୭.୩୦ରୁ ସନ୍ଧ୍ୟା ୫.୩୦ ଯାଏଁ ମତଦାନ ହେବ । ଯେତେବେଳେ କି ୪ ସେପ୍ଟେମ୍ବରରେ ସମ୍ବନ୍ଧିତ ଜିଲ୍ଲା ମୁଖ୍ୟାଳୟରେ ମତଗଣନା ହେବ ।
ଆୟୋଗଙ୍କ ଅନୁସାରେ, ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ସହିତ ଏ ସମସ୍ତ ୬ ଜିଲ୍ଲାର ନିର୍ବାଚନ କ୍ଷେତ୍ରରେ ଆଦର୍ଶ ଆଚାର ସଂହିତା  ତତ୍କାଳ ପ୍ରଭାବରେ ଲାଗୁ ହୋଇଛି , ଯାହା ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ।
ନିର୍ବାଚନ କମିଶନ ପି ଏସ ମେହରା କହିଛନ୍ତି, କୋଭିଡ ୧୯ ରେ ନିର୍ବାଚନୀ ରାଲି, ସାଧାରଣ ସଭା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ରହିବ । ଆଶାୟୀ ପ୍ରାର୍ଥୀ କେବଳ ୫ ସମର୍ଥକଙ୍କ ସହିତ ଘର ଘର ବୁଲି ଜନସଂପର୍କ କରିପାରିବେ ।
ସେ କହିଛନ୍ତି, ୩ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୧ ଅଗଷ୍ଟରେ ଅଧିସୂଚନା ଜାରି ହେବ । ନାମ ନିର୍ଦ୍ଦନ ପତ୍ର ୧୬ ଅଗଷ୍ଟ ୩ ଟା ଭିତରେ ପ୍ରସ୍ତୁତ ହେବ । ନାମ ନିର୍ଦ୍ଦେଶନ ପତ୍ର ଦାଖଲ ୧୭ ଅଗଷ୍ଟରେ ହେବ । ୧୮ ଅଗଷ୍ଟ ଅପରାହ୍ନ ୩ଟା ଯାଏଁ ପ୍ରତ୍ୟାହୃତ କରିହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking