36.1 C
Bhubaneswar
Thursday, May 2, 2024
Homeମନୋରଞ୍ଜନ‘ଆଟାକ୍’ ଫିଲ୍ମ ବିଫଳତାକୁ ନେଇ ମୁହଁ ଖୋଲିଲେ ଜନ୍‌

‘ଆଟାକ୍’ ଫିଲ୍ମ ବିଫଳତାକୁ ନେଇ ମୁହଁ ଖୋଲିଲେ ଜନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ‘ଆଟାକ୍’ ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ‘ଦ କାଶ୍ମୀର ଫାଇଲ୍ସ’ ଓ ‘ଆର୍‌ଆର୍‌ଆର୍‌’ ଭଳି ଫିଲ୍ମ ସିନେମାହଲ୍‌ରେ ଚାଲିଥିବା ସମୟରେ ‘ଆଟାକ୍’ ରିଲିଜ୍‌ ହୋଇଥିଲା। ଏହା ରିଲିଜ୍‌ ହେବାର ପ୍ରଥମ ସପ୍ତାହନ୍ତରେ ପାଖାପାଖି ୧୧ କୋଟି ଟଙ୍କା ଆୟ କରିଥିଲା। କିନ୍ତୁ ଏହାପରେ ଫିଲ୍ମର ଆୟ ଧିମେଇ ଯାଇଥିଲା। ଏବେ ଫିଲ୍ମର ବିଫଳତାକୁ ନେଇ ଜନ୍‌ ମୁହଁ ଖୋଲିଛନ୍ତି।

ଏହି ଫିଲ୍ମ ପାଇଁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ଜନ୍‌ କହିଛନ୍ତି। ସୋସାଲ ମିଡିଆରେ ଜନ୍‌ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦର୍ଶକେ କିଛି ନୂଆ ଓ ଅଲଗା ଜିନିଷକୁ ସ୍ବୀକାର କରିଥିବାରୁ ଧନ୍ୟବାଦ। ‘ଆଟାକ୍’ ମାଧ୍ୟମରେ ଇଣ୍ଡଷ୍ଟ୍ରୀକୁ ଏକ ନୂଆ ଜିନିଷ ଦେବା ପାଇଁ ଚେଷ୍ଟା କରିଥିଲୁ। ମହାମାରୀର ତୃତୀୟ ଲହର ମଧ୍ୟରେ ଫିଲ୍ମ ରିଲିଜ୍‌ କରିବା ମଧ୍ୟ ଏକ ଚ୍ୟାଲେଞ୍ଜ ଥିଲା। ଆମେ ଯାହା ଚାହୁଁଥିଲୁ ତାହା କରିଛୁ, ଫିଲ୍ମ ପାଇଁ ଗର୍ବିତ। ‘ଆଟାକ୍’ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ। ସମସ୍ତେ ଏଥିପାଇଁ ବହୁତ ପରିଶ୍ରମ କରିଛନ୍ତି। ’
‘ଆଟାକ୍’ର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ୟ ରାଜ ଆନନ୍ଦ। ଏଥିରେ ଜନ୍‌ ଆବ୍ରାହମ୍‌ଙ୍କ ସହ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌, ରକୁଲ୍‌ ପ୍ରୀତ ସିଂହ, ପ୍ରକାଶ ରାଜ ଆଦି ଅଭିନୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking