33.1 C
Bhubaneswar
Friday, May 17, 2024
Homeମନୋରଞ୍ଜନସୋନମଙ୍କ ଘରୁ ୨.୪ କୋଟିର ସୁନାଗହଣା ଓ ଟଙ୍କା ଚୋରି

ସୋନମଙ୍କ ଘରୁ ୨.୪ କୋଟିର ସୁନାଗହଣା ଓ ଟଙ୍କା ଚୋରି

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କ ଦିଲ୍ଲୀ ସ୍ଥିତ ଶ୍ୱଶୁର ଘରୁ ଚୋରି ହେବା ଘଟଣାରେ ପୁଲିସ ଆଜି ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି।ସୋନମ କପୁର ଓ ଅନନ୍ଦ ଆହୁଜାଙ୍କ ଦିଲ୍ଲୀରେ ଥିବା ଘରୁ ୨.୪‌କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ ସୋନମଙ୍କ ମ୍ୟାନେଜର। ଏନେଇ ତଦନ୍ତ କରାଯାଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ସୋନମଙ୍କ ଘରେ କାମ କରୁଥିବା ନର୍ସ ନିଜ ସ୍ବାମୀଙ୍କ ସହ ମିଶି ୨.୪‌କୋଟିର ସୁନାଗହଣା ଓ ଟଙ୍କା ଚୋରି କରିଥିବା କହିଛି ପୁଲିସ। ଏବେ ଦୁହିଁଙ୍କୁ ପୁଲିସ ଗିରଫ କରିଛି।

ରଫ ମହିଳା ଅପର୍ଣ୍ଣା ରୁଥ ୱିଲ୍‌ସନ ସୋନମଙ୍କ ଶାଶୂଙ୍କ ଦେଖାରେଖା କରିବା ପାଇଁ ତାଙ୍କ ଘରେ କାମ କରୁଥିଲା। ତାଙ୍କ ସ୍ୱାମୀ ନରେଶ କୁମାର ସାଗର ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି।ଫେବ୍ରୁଆରି ୧୧ରେ ଅପର୍ଣ୍ଣା ସୋନମଙ୍କ ଶାଶୁଙ୍କ ବ୍ୟାଗରେ ଥିବା ସୁନା ଗହଣା ଚୋରି କରିଥିବା ବେଳେ ଫେବ୍ରୁଆରି ୨୩ରେ ଏନେଇ ଅଭିଯୋଗ କରାଯାଇଥିଲା। ସୋନମଙ୍କ ମ୍ୟାନେଜର ତୁଗଲକ ରୋଡ ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। ଫେବ୍ରୁଆରି ୨୨ ତାରିଖରେ ଆନନ୍ଦଙ୍କ ମାଆ ଶରଳା ଆହୁଜା ଅଳଙ୍କାର ଓ ଟଙ୍କା ଥିବା ତାଙ୍କ ବ୍ୟାଗ୍‌ ଚେକ୍‌ କରିବାରୁ ତାଙ୍କୁ ତାଙ୍କ ବ୍ୟାଗ୍‌ ଖାଲି ମିଳିଥିଲା। ସେହି ବ୍ୟାଗ୍‌ରେ୨.୪‌କୋଟି ଟଙ୍କାର ଅଳଙ୍କାର ଓ ଟଙ୍କା ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking