34.1 C
Bhubaneswar
Saturday, April 27, 2024
Homeଓଡିଶା'ଉଡ୍ର ' ତରଫରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ

‘ଉଡ୍ର ‘ ତରଫରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ

ଯାଜପୁର: ମହାମାରୀ କୋରନାର ଦ୍ୱିତୀୟ ଲହର ସାରା ଓଡିଶାରେ ଦ୍ରୁତଗତିରେ ଅଗ୍ରଗତି କରୁଥିବା ସମୟରେ ଲକଡାଉନ ଓ ସପ୍ତାହନ୍ତ ସଡ଼ଡାଉନ ବେଳେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ‘ଉଡ୍ର ‘ ଚାରିଟେବୁଲ ଟ୍ରଷ୍ଟର ଷଷ୍ଠତମ ଜନ୍ମଦିବସ ପାଳନ ଅବସରରେ ‘ଉଡ୍ର ‘ର ଉପଦେଷ୍ଟା ତଥା “ମୋ କଲେଜ “ଅଧକ୍ଷ ଶ୍ରୀ ଆକାଶ ଦାଶନାୟକ ବ୍ୟାସନଗର ପୌରପରିଷଦର କିନ୍ନର ସଂଘର ସମସ୍ତ ସଦସ୍ୟମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର ପ୍ରଦାନ କରିବା ସହ ସେମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସଚେତନତା କରିଥିଲେ l ବ୍ୟାସନଗରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “କ୍ଲବ ଦି ୟୁଥ ମାସ “ର ସମ୍ପାଦକ ରାଜେଶ ରାଉତ, ସଭାପତି ପ୍ରକାଶ ଜେନା, ସନ୍ତୋଷ ରାଉତ, ଧଞ୍ଜନୟ ବେହେରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ l କିନ୍ନର ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଲଭଲି ସାହୁ, ସୁନିତା ମଲ୍ଲିକ, ବେବି ପାତ୍ର, ଆୟାସା ଦାସ, ବବୁଲ ରାନୀ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking