38.1 C
Bhubaneswar
Friday, April 26, 2024
Homeଓଡିଶାପ୍ରବାସୀଙ୍କୁ ମିଳୁନି ଖାଦ୍ୟ ଓ ପାନୀୟ ଜଳ

ପ୍ରବାସୀଙ୍କୁ ମିଳୁନି ଖାଦ୍ୟ ଓ ପାନୀୟ ଜଳ

ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ ରେ ପ୍ରବାସୀ ଓଡ଼ିଆ ଙ୍କୁ ମିଳୁନି ଖାଦ୍ୟ, ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କଲେ ଆଉ ଖାଦ୍ୟ ମିଳିବ ନାହିଁ ବୋଲି ଅଭିଯୋଗ କରିଛନ୍ତି । ପ୍ରବାସୀ ଓଡ଼ିଆ, ଜଣାଯାଇଛି ଯେ ସ୍ୱାଇଖଣ୍ଡ ପଂଚାୟତ ଜଂପଡ଼ା ଗ୍ରାମର ୧୨ ଜଣ ପ୍ରବାସୀ ଓଡ଼ିଆ ବାଙ୍ଗାଲୋର ରୁ ୮ ତାରଖ ଦିନ ଆସି ସ୍ୱାଇଖଣ୍ଡ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ସେମାନଙ୍କୁ ବାଲିଆ ପଂଚାୟତର ରାଜୀବ ସେବା କେନ୍ଦ୍ରରେ ଟି, ଏମ, ସି, ଅଛି ସେଠାରେ ରହିବାକୁ କହିଥିଲେ । ଏହି ପ୍ରବାସୀ ଓଡ଼ିଆମାନେ ସେଠାରେ ନରହି ନିଜ ପଂଚାୟତ ଜଂପଡା ୟୁପି ସ୍କୁଲରେ ରହିଥିଲେ । ଇତି ମଧ୍ୟରେ ୪ ଦିନ ବିତି ଯାଇଥିଲା ବେଳେ ପ୍ରଶାସନ ପକ୍ଷରୁ କୋଣସି ବ୍ୟବସ୍ଥା କରାଯାଇ ନାହିଁ । ଏପରିକି ଖାଦ୍ୟ ଓ ପାନୀୟ ଜଳ ଟୋପେ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି । ବାଧ୍ୟ ହୋଇ ନିଜ ନିଜ ପରିବାର ଲୋକ ଖାଦ୍ୟ ଆଣି ଦେଉଥିବା ଦେଖିବାକୁ ମିଳିଛି । ଏସଂକ୍ରାନ୍ତରେ ସରପଞ୍ଚଙ୍କ ସ୍ୱାମୀ ଅକ୍ଷୟ କୁମାର ଜେନା କୁହନ୍ତି ଆମ ପଂଚାୟତରୁ ଟି, ଏମ ,ସି ବ୍ଲକ ପ୍ରଶାସନ ଉଠାଇ ଦେଇଛି । ବାଲିଆ ପଂଚାୟତର ରାଜୀବ ସେବା କେନ୍ଦ୍ରରେ ଟି,ଏମ, ସି ,ରହିଛି  । ସେଠାରେ ରହିବାକୁ କହିଥିଲି । ଅଭିଯୋଗକାରୀମାନେ ରହିଲେ ନାହିଁ  । ସେଠାରେ ଖାଦ୍ୟ ପେୟ ସବୁ ସୁବିଧା ଅଛି । ,ଏସଂକ୍ରାନ୍ତରେ ବିଡ଼ିଓ ଶିବାନନ୍ଦ ସ୍ୱାଇଁ କୁହନ୍ତି, ସେମାନେ ଅମାନିଆ ,ବ୍ଲକରେ ୪ ଟି ସ୍ଥାନରେ ଟି,ଏମ,ସି ରହିଛି, ସେମାନଙ୍କ ପାଇଁ ବାଲିଆ ରାଜୀବ ସେବା କେନ୍ଦ୍ର ଟି, ଏମ, ସି ସୁବିଧା ହେବ , କିନ୍ତୁ ସେମାନେ ଅମାନିଆ ହୋଇ ଜିଦିରେ ଜଂପଡା ରେ ଅଛନ୍ତି  । ଆସନ୍ତାକାଲି ସେମାନଙ୍କ ସ୍ୱାବ ଟେଷ୍ଟ କରାଇଦେବା ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking