39.1 C
Bhubaneswar
Friday, April 26, 2024
Homeଓଡିଶାମହାନଦୀରେ ବୁଡ଼ି ନିଖୋଜ ହୋଇଗଲେ ଆଇଆରବି ଯବାନ, ଉଦ୍ଧାର କାର୍ଯ୍ୟ ଜାରି

ମହାନଦୀରେ ବୁଡ଼ି ନିଖୋଜ ହୋଇଗଲେ ଆଇଆରବି ଯବାନ, ଉଦ୍ଧାର କାର୍ଯ୍ୟ ଜାରି

ବୌଦ୍ଧ:  ବୌଦ୍ଧସ୍ଥିତ ମହାନଦୀରେ ଜଣେ ଆଇଆରବି ଯବାନ ନିଖୋଜ ହୋଇଯାଇଛନ୍ତି। ବୌଦ୍ଧର ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ ପକ୍ଷରୁ ନିଖୋଜ ଯବାନଙ୍କୁ ଖୋଜିବା ଆରମ୍ଭ ହୋଇଛି।
ସୂଚନା ଅନୁସାରେ ଆଜି ପୂର୍ବାହ୍ନରୁ ବୌଦ୍ଧ ଜିଲ୍ଲା ବଲସିଙ୍ଗାରେ ଥିବା ଆଇଆରବି ୫ମ ବାଟାଲିୟନ ପକ୍ଷରୁ ବୌଦ୍ଧ ପୋଲ ମହାନଦୀ ଘାଟରେ ତାଲିମ କାର୍ଯ୍ୟକ୍ରମ ଚାଲିଥିଲା। ତେବେ ସମସ୍ତଙ୍କ ଉପସ୍ଥିତିରେ ଦେଖୁ ଦେଖୁ ପ୍ରଦ୍ୟୁମ୍ନ ପଣ୍ଡା(୩୦) ନାମକ ଜଣେ ଯବାନ ମହାନଦୀ ଜଳରେ ବୁଡି ନିଖୋଜ ହୋଇ ଯାଇଥିଲେ।
ବୌଦ୍ଧ ଅଗ୍ନିଶମ ବିଭାଗ,ଆଇଆରବି ଯବାନମାନେ ମୋଟରବୋଟ ସାହାଯ୍ୟରେ ଓ ସ୍ଥାନୀୟ କିଛି ମାଛମରା ଡଙ୍ଗା ସାହାଯ୍ୟରେ ମହାନଦୀରେ ଦୀର୍ଘ ୫ ଘଣ୍ଟା କାଳ ଖୋଜାଖୋଜି କରିବାପରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଏହି ଘଟଣା ଆଇଆରବିର ଯବାନ ଓ ଅଧିକାରୀମାନଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି। ବର୍ଷାଦିନରେ ମହାନଦୀରେ ଜଳସ୍ତର ଅଧିକ ସହିତ ସ୍ରୋତ ପ୍ରଖର ଥିବାବେଳେ ତାଲିମ ପାଇଁ କିଏ ଅନୁମତି ପ୍ରଦାନ କଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଆକଟା ପୋଲିସ ପକ୍ଷରୁ ଶବକୁ ଜବତ କରାଯିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking