30.1 C
Bhubaneswar
Saturday, May 4, 2024
Homeଓଡିଶାନୀଳାଚଳ କର୍ମ ଚାରୀ ଦିବା ରାତ୍ର ଧାରଣା ନବମ ଦିନ ରେ ଫଳ ଶୂନ

ନୀଳାଚଳ କର୍ମ ଚାରୀ ଦିବା ରାତ୍ର ଧାରଣା ନବମ ଦିନ ରେ ଫଳ ଶୂନ

ଯାଜପୁର : ଜିଲ୍ଲା ର କଳିଙ୍ଗ ନଗର ଶିଳ୍ପ ଅଞ୍ଚଳ ରେ ଥିବା ନୀଳାଚଳ ଇସ୍ପାତ ନିଗମ ର ବାକିଆ ପାଉପାଉଣା ଦାବି କରି
ନୀଳାଚଳ କର୍ମଚାରୀଙ୍କ”” ଦିବା ରାତ୍ର ଧାରଣା”” ନବମ ଦିନରେ ପହଞ୍ଚୀଲା ।ୟୁନିୟନ ,ଆସୋସିଏସନ ଓ ମଞ୍ଚ କର୍ମକର୍ତ୍ତାଙ୍କ ସହଯୋଗରେ କର୍ମଚାରୀମାନେ କଷ୍ଟ ସହି ଖରା କାକରରେ ନୀଳାଚଳ ରେଲ ଧାରଣାରେ ବସିଛନ୍ତି ।ଲୋଡିଙ୍ଗ ରେକ ଛିଡା ହୋଇଛି ।ଡ୍ୟାମରେଜ ଚାର୍ଜ ବଢି କୋଡ଼ିଏ ଲକ୍ଷ ଛୁଇଁଲାଣି ତଥାପି ନୀଳାଚଳ ମ୍ୟାନେଜମେଣ୍ଟ ଏମ ଏମ ଟି ଦରମା ଦେବା ବ୍ୟବସ୍ଥା କରୁନାହାନ୍ତି ।ଜିଲ୍ଲା ପ୍ରଶାସନ ଉପସ୍ଥିତରେ ହୋଇଥିବା ଦରମା ଦେବା ଚୁକ୍ତିକୁ ଅଣଦେଖା କରି ଚାଲିଛନ୍ତି ।ଜିଲ୍ଲା ପ୍ରଶାସନ ସହମତି ଥିଲେ ମଧ୍ୟ ଏମ ଏମ ଟି ସି ଉପରେ ଚାପ ପଡୁନି ।ଜିଲ୍ଲା ପ୍ରଶାସନ ତରଫରୁ ଶୁଣିବାକୁ ମିଳୁଛି ,କୋଭିଡ ଯୋଗୁଁ ଦିଲ୍ଲୀ ଏମ ଏମ ଟି ସି ଅଫିସ ବନ୍ଦ ଅଛି ଏବଂ ଏମ ଏମ ଏମ ଟି ସି କର୍ମଚାରୀ କୋଭିଡ ସଂକ୍ରମଣ ।ତିନି ତାରିଖ ଆଡ଼କୁ ଆଶା କରାଯାଇପାରେ ବୋଲି ଯାହା ପ୍ରଶାସନ ନିକଟରୁ ସୂଚନା ।ସମସ୍ତ କର୍ମଚାରୀଙ୍କ ସହଯୋଗରେ ପ୍ରତିନିଧିମାନେ କୋଭିଡ ନିୟମ ମାନଧର୍ଯ୍ୟ ଓ ଶୃଙ୍ଖଳା ସହ ଦରମା ନମିଳିବା ପର୍ଯ୍ୟନ୍ତ ଦିବା ରାତ୍ର ଧରଣାରେ ବସି ରହି ଲୋଡିଙ୍ଗ ରେକକୁ ଛାଡିବେ ନାହିଁ ବୋଲି ଅଡ଼ି ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking