26.1 C
Bhubaneswar
Wednesday, July 23, 2025
Homeଓଡିଶାକେନ୍ଦ୍ର ସରକାର ଙ୍କ 12 ଘଣ୍ଟା କାମ ପ୍ରତ୍ୟାହାର ଦାବିରେ ମଇ 22 ଦେଶ ବ୍ୟାପି...

କେନ୍ଦ୍ର ସରକାର ଙ୍କ 12 ଘଣ୍ଟା କାମ ପ୍ରତ୍ୟାହାର ଦାବିରେ ମଇ 22 ଦେଶ ବ୍ୟାପି ପ୍ରତିବାଦ ଦିବସ : ଆଇଏନଟିୟୁସି

 
ଯାଜପୁର : କେନ୍ଦ୍ର ସରକାର ଅଗଣତାନ୍ତ୍ରିକ ଭାବେ ଆଜକୁ ୭୫ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଶ୍ରମ ଆଇନ ଗୁଡିକୁ ପରିବର୍ତ୍ତନ କରିଛନ୍ତି | ଏଥିନିମନ୍ତେ 44 ଗୋଟି ଶ୍ରମ ଆଇନ କୁ ସଂଶୋଧନ କରି 4 ଟି କୋଡ଼ ରେ ଏହାକୁ ପରିଣତ କରିଛନ୍ତି | ଯାହା ଦ୍ୱାରା ଶ୍ରମ ବିବାଦୀୟ ଆଇନ 1947, ଦରମା ପ୍ରଦାନ ଆଇନ 1934, କ୍ଷତି ପୂରଣ ଆଇନ 1993, ନିର୍ମାଣ ଶ୍ରମିକ ଆଇନ 1996,ଦାଦନ ଶ୍ରମିକ ଆଇନ 1979,ଓ ଅନ୍ତର୍ଜାତୀକ ଶ୍ରମ ଆଇନ 1976, କୁ ପରିବର୍ତନ କରିଛନ୍ତି | ଏହାଛଡା କାରଖାନା ଆଇନ 1948 ର ଧାରା 51 କୁ ଉଲ୍ଲଙ୍ଘନ କରି ଶ୍ରମିକ କର୍ମଚାରୀ ମାନେ କାର୍ଯ୍ୟ କରୁଥିବା 8 ଘଣ୍ଟା କୁ 12 ଘଣ୍ଟା କରିବା ନିମନ୍ତେ ଏକ ଅଧ୍ୟାଦେଶ ଜାରିକରିଛନ୍ତି |, ଏହି ଅଧ୍ୟାଦେଶ କୁ କାର୍ଯ୍ୟକାରୀ କରିବାକୁ ଯାଇ ଓଡିଶା ସରକାର ସହମତ ଦେବା ସହିତ ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ହରିଆଣା, ରାଜସ୍ଥାନ, ହିମାଞ୍ଚଳ ପ୍ରଦେଶ ଓ ମହାରାଷ୍ଟ୍ର ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ତତ୍ପରତା ପ୍ରକାଶ ପାଇଛି | ଯେପରି ହିଟଲର ଦ୍ୱତୀୟ ବିଶ୍ୱଯୁଧ୍ୟ ବେଳେ ତାଙ୍କ ଦେଶରେ ଥିବା ଶ୍ରମିକ ମାନଙ୍କୁ 12 ଘଣ୍ଟା କାମ କରିବାକୁ ବାଧ୍ୟ କରିଥିଲେ. ଠିକ ସେହି ଢାଞ୍ଚାରେ ମୋଦି ସରକାର ଆଦାନୀ ଆମ୍ବାନୀ ଙ୍କ ଭଳି ଶିଳ୍ପ ପତି ଙ୍କ ନିର୍ଦେଶ ରେ ଏହା କାର୍ଯ୍ୟକାରୀ କରାଯାଉଛି ବୋଲି ଆଇ. ଏନ. ଟି. ୟୁ. ସି ର ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି,|
ଏହି ପଦକ୍ଷେପ କୁ ପ୍ରତିବାଦ କରି ଗତ ମଇ 14 ତାରିଖ ମିଳିତ କେନ୍ଦ୍ର ଟ୍ରେଡ଼ ୟୁନିଅନ ମାନେ ପ୍ରଧାନମନ୍ତ୍ରୀ ଙ୍କୁ ଏକ ପ୍ରତିନିଧି ଦଳ ଯାଇ ଦାବିପତ୍ର ଦେବା ସହ ତୁରନ୍ତ ଏପରି ପଦକ୍ଷେପ କୁ ପ୍ରତ୍ୟାହାର ନିମନ୍ତେ ସ୍ୱାକ୍ଷରିତ ଦାବି ପ୍ରଦାନ କରିଛନ୍ତି |, ଏହାକୁ ତୁରନ୍ତ ପ୍ରତ୍ୟାହାର ନକଲେ ଆସନ୍ତା ମଇ 22 ତାରିଖ ଦେଶ ବ୍ୟାପି ହେଉଥିବା ପ୍ରତିବାଦ ଦିବସ କୁ ଯାଜପୁର ଜିଲ୍ଲା ର ଥିବା ସମସ୍ତ କଳ କାରଖାନା ଓ ଅଫିସ ଦପ୍ତର, ବ୍ୟାଙ୍କ ବୀମା କାର୍ଯ୍ୟଳୟ ସମ୍ମୁଖରେ ସାମାଜିକ ଦୂରତା ରକ୍ଷାକରି ଆଇ. ଏନ. ଟି. ୟୁ. ସି ପକ୍ଷରୁ ପ୍ରତିବାଦ କରାଯିବ | ଏନେଇ ନୃସିଂହ ଚରଣ ପହି, ରାଘୁନାଥ ମାଝୀ, ନିରଞ୍ଜନ ପରିଡା, ପରମା ନନ୍ଦ ସେଠି, ରଞ୍ଜନ କୁମାର ନାୟକ, ଶିବ ପ୍ରସାଦ ନାଥ, ଗଣେଶ ନାୟକ, ବାବୁଲି ପୃତ୍ତି, ପ୍ରମୁଖ ଏହାକୁ ସଫଳ କରିବାପାଇଁ ଏକ ବିବୃତି ରେ ପ୍ରକାଶ କରିଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking