40.1 C
Bhubaneswar
Thursday, April 25, 2024
Homeଓଡିଶାପିଲାବଦଳ ଘଟଣାର ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ଭଙ୍ଗାରୁଜା

ପିଲାବଦଳ ଘଟଣାର ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ଭଙ୍ଗାରୁଜା

 
ମୟୂରଭଞ୍ଜ(ଘାସିରାମ ବେହେରା)- ପିଲାବଦଳ ଘଟଣାକୁ ନେଇ ତୁମୁଳକାଣ୍ଡ। ସୃଷ୍ଟି ହୋଇଛି ଉତ୍ତେଜନା ମୁଳକ ପରିସ୍ଥିତି। ହସ୍ପିଟାଲ କତ୍ତୃପକ୍ଷଙ୍କ ଚକ୍ରାନ୍ତର ଶିକାର ପରିବାର ବର୍ଗ, ସମ୍ପର୍କୀୟ ଏବଂ ସାହି ପୋଡ଼ିଶାଙ୍କ ଦ୍ୱାରା ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ଭଙ୍ଗାରୁଜା। ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ।ତେବେ ଗତ 11 ତାରିଖ ଦିନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଏଭଳିଏକ ସାଙ୍ଘାତିକ ତ୍ରୁଟି। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଥିବା ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲର ଶିଶୁ ବିଭାଗରେ ହୋଇଥିବା ଶିଶୁ ଅଦଳବଦଳ ଘଟଣାକୁ ନେଇ ଆଜି ଶତାଧିକମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିବାର ଦେଖିବାକୁ ମିଳିଛି। ବାଧା ଦେବାରୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିବା ବି ଜଣାଯାଇଛି। ଏମିତିକି ଉତ୍ତେଜିତ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ଜଣାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉଗ୍ର ରୂପ ନେବାରୁ ଫୋର୍ସ ସହ ଆରକ୍ଷୀ ଅଧୀକ୍ଷକ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ଜଣାଯାଇଛି।
ସୂଚନା ଅନୁସାରେ, ଗତମାସ ୨୬ରେ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ପୋଡ଼ାଅସ୍ତିଆ ଜାମବଣି ଗ୍ରାମର କାର୍ତ୍ତିକ ସିଂଙ୍କ ପତ୍ନୀ ରଇବାରି ସିଂ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ। ଉକ୍ତ ଶିଶୁର ଓଜନ ପ୍ରାୟ ୩କେଜିରୁ ଊର୍ଧ୍ବ ଥିଲା। ଶିଶୁ ଅବସ୍ଥା ଭଲନଥିବାରୁ ତାଙ୍କୁ ଶିଶୁ ବିଭାଗର ଏସ୍ଏନସିୟୁରେ ରଖାଯାଇଥିଲା। ଅନ୍ୟପକ୍ଷରେ ଶ୍ୟାମାଖୁଣ୍ଟା ବ୍ଲକ୍ ପୋଡ଼ାଅସ୍ତିଆ ଅନ୍ତର୍ଗତ ଧାଡ଼ଧୁଡ଼ ଗ୍ରାମର ବ୍ରଜମୋହନ ସିଂଙ୍କ ପତ୍ନୀ ରଇବାରୀ ମଧ୍ୟ ଚଳିତ ମାସ ୪ ତାରିଖରେ ପିଆରଏମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଦୁଇ ମା’ଙ୍କର ନାମ ସମାନ ଥିବାରୁ ସମସ୍ୟା ଉପୁଜି ପିଲା ବଦଳ ହୋଇଛି ବୋଲି କୁହାଯାଉଛି। ତେବେ ବ୍ରଜମୋହନଙ୍କର ୪ ତାରିଖରେ ପୁଅ ହୋଇଥିବାବେଳେ ୫ ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଉକ୍ତ ଶିଶୁଟି ମଧ୍ୟ ଏସ୍ଏନସିୟୁରେ ଥିଲା। ମାତ୍ର ଡିସ୍ଚାର୍ଯ ସମୟରେ ବ୍ରଜମୋହନଙ୍କ ଶିଶୁପୁତ୍ରଙ୍କୁ କାର୍ତ୍ତିକଙ୍କୁ ପ୍ରଦାନ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ବୀକାର କରିଥିଲେ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ, ଯେ କାର୍ତ୍ତିକ ଜାଣିଶୁଣି ନିଜ ପୁଅକୁ ଛାଡ଼ି ବ୍ରଜମୋହନଙ୍କ ପୁଅକୁ ନେଇଯାଇଥିଲେ।
ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ କିପରି ଏତେ ବେପରୁଆ ଭାବେ କିଛି ଅନୁସନ୍ଧାନ ନକରି ଜଣଙ୍କର ସନ୍ତାନଙ୍କୁ ଅନ୍ୟଜଣଙ୍କୁ ଦେଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ରହସ୍ୟମୟ ପରିସ୍ଥିତିକୁ ଜନ୍ମ ଦେଇଛି। ତେବେ ସମସ୍ୟା ଉପୁଜିଥିଲା ଯେତେବେଳେ ୨୬ ତାରିଖରେ ଜନ୍ମ ହୋଇଥିବା ଶିଶୁପୁତ୍ରଟି ଗତ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ। ଏସ୍ଏନସିୟୁରେ ଥିବା ଉକ୍ତ ଶିଶୁପୁତ୍ରର ଯୋଗାଯୋଗ ନମ୍ବରରେ କାର୍ତ୍ତିକଙ୍କର ନମ୍ବର ଥିଲା। ତେଣୁ ମୃତ ଶିଶୁପୁତ୍ରକୁ ନେଇଯିବାକୁ କାର୍ତ୍ତିକଙ୍କୁ ଶିଶୁ ବିଭାଗରୁ ଫୋନ୍ ଯାଇଥିଲା। ମାତ୍ର କାର୍ତ୍ତିକ ନିଜର ଶିଶୁପୁତ୍ର ସୁସ୍ଥଥିବା ଏବଂ ଘରେ ଥିବା କହିଥିଲେ। ଯାହାକୁ ନେଇ ଶିଶୁ ବିଭାଗରେ ଭାଳେଣି ପଡ଼ିଥିଲା। ଏହାପରେ ଆରମ୍ଭ ହୋଇଥିଲା ଅସଲ ଘଟଣା। ଟୀକା ଦିଆଯିବା କଥା କହି କାର୍ତ୍ତିକଙ୍କ ଶିଶୁପୁତ୍ରକୁ ହସ୍ପିଟାଲ ଆଣିବାକୁ କହି ଡକାଯାଇଥିଲା। କାର୍ତ୍ତିକ ମଧ୍ୟ ଉକ୍ତ ଶିଶୁପୁତ୍ର ସହିତ ହସ୍ପିଟାଲ ଆଣିବା ପରେ ଏସ୍ଏନସିୟୁ ଭିତରକୁ ନେଇଯାଇଥିଲେ ଶିଶୁ ବିଭାଗ କର୍ମଚାରୀ।
କିଛି ସମୟ ପରେ ତାଙ୍କ ଶିଶୁପୁତ୍ର ମରିଯାଇଥିବା କୁହାଯାଇଥିବା କାର୍ତ୍ତିକ ଅଭିଯୋଗ କରିଥିଲେ, ଯାହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗିରହିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ୍ ଫୋର୍ସ ମଧ୍ୟ ମୃତୟନ କରାଯାଇଥିଲା। କାର୍ତ୍ତିକଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ପିଆରଏମ୍ ଅଧୀକ୍ଷକ ଏବଂ ଶିଶୁ ବିଭାଗ ମୁଖ୍ୟ। ସେମାନଙ୍କ କହିବା ଅନୁଯାୟୀ ମରିଯାଇଥିବା ଶିଶୁପୁତ୍ରଟି ହେଉଛି ଅସଲରେ କାର୍ତ୍ତିକଙ୍କର। ଏବଂ କାର୍ତ୍ତିକ ନେଇଯାଇଥିବା ଶିଶୁପୁତ୍ର ବାସ୍ତବରେ ବ୍ରଜମୋହନଙ୍କର। ଡିସଚାର୍ଜ ବେଳେ ହୋଇଥିବା ତ୍ରୁଟି କାରଣରୁ ଏପରି ହୋଇଛି।
ମାତ୍ର ଏହାକୁ ଖଣ୍ଡନ କରିଥିଲେ କାର୍ତ୍ତିକ ସିଂ। ତାଙ୍କ ଶିଶୁପୁତ୍ରକୁ ଅଦଳବଦଳ କରାଯାଇଥିବା ସେ ଅଭିଯୋଗ କରିଥିଲେ। ଶିଶୁବିଭାଗର କର୍ମଚାରୀ ଏପରି କରିଥିବା ସେ ଅଭିଯୋଗ କରିଥିଲେl ତେବେ ଏଘଟଣାକୁ ନେଇ ନ୍ୟାୟ ପାଇବା ପାଇଁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ କାର୍ତ୍ତିକ ସିଂ। ସେହିପରି ଜିଲ୍ଲାପାଳଙ୍କ ଠାରେ ମଧ୍ୟ ଅଭିଯୋଗ କରି ନିରପେକ୍ଷ ତଦନ୍ତ କରାଯାଇ ନ୍ୟାୟ ଦେବାକୁ ନିବେଦନ କରିଥିଲେ। ମାତ୍ର ଏଭିତରେ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ୍। ଏଭଳି ସ୍ଥିତିରେ ନିରୁପାୟ ହୋଇ ଗ୍ରାମର ମହିଳା ମାନଙ୍କ ସହଯୋଗରେ ଆଜି ଜିଲ୍ଲାପାଳ ଅଫିସ ଘେରାଉ କରିବା ସହିତ ଧସେଇ ପଶିବାକୁ ଉଦ୍ୟମ କରି ଭଙ୍ଗାରୁଜା କରିଥିବା ଜଣାପଡିଛି।
ତେବେ ସୃଷ୍ଟି ହୋଇଥିବା ଏହି ଅପ୍ରୀତିକର ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳ, ଏସପି,ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କେହି ମୁହଁ ଖୋଲିନଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking