ମହାମାରୀ କରୋନା ବିପତି ସାଙ୍ଗ କୁ ଅମ୍ପନ  ବାତ୍ୟା ଜିଲ୍ଲା ବାସୀ ଙ୍କୁ ଆତଙ୍କିତ କରିଛି

ଯାଜପୁର : ଜିଲ୍ଲା ରେ କରୋନା ପୋସିଟିବ ଦିନ କୁ ଦିନ ବୃଦ୍ଧି ପାଇବା କୁ ଲାଗିଛି ! ପ୍ରଵାସୀ ଓଡ଼ିଆ ଫେରିବା ଦି ଗୁଣିତ କରିଛି, ଏହି ସମୟ ରେ ଅମ୍ପନ ବାତ୍ୟା ଉଭାନ ହୋଇଛି ଜିଲ୍ଲା ପ୍ରଶାସନ ଦୁଇଟି ମହାବିପତ୍ତି କୁ ସାମ୍ନା କରିବା ପାଇଁ ସଜାଗ ହୋଇ ଥିଲେ ମଧ୍ୟ୍ ଏହା ପ୍ରଶାସନ ପାଇଁ ଚାଲେଞ୍ଜ ହୋଇଛି ଲକ ଡାଉନ ସମୟ ସୀମା 31ତାରିଖ ପର୍ଯନ୍ତ ବାଳବତ  ରହି ଥିବାରୁ ଚାଷୀ କୃଷି ଜୀବି ପାନ ଚାହା ଦୋକାନୀ ଓ ବଡ଼ ଅନୁଷ୍ଠାନ ଆର୍ଥିକ ଅବସ୍ଥା ଦିନ କୁ ଦିନ ହ୍ରାସ ପାଉଛି ଦିନ ମଜୁରୀଆ  କାମ ନ ପାଇଁ ଧାର କରଜ ରେ ଚାଲୁଛନ୍ତି !ଏହି ସମୟ ରେ ଅମ୍ଫନ ବାତ୍ୟା ସମସ୍ତ ଙ୍କୁ ବିଚଳିତ କରି ଦେଇଛି ରବି ଋତୁ ରେ ଜିଲ୍ଲା ର 10 ବ୍ଲକ ରେ  ଟାଇଚୂନ ଧାନ ଚାଷ କରିଛନ୍ତି !ସୋସାଇଟି ରୁ ଋଣ ଆଣି ଚାଷ କରିଥିଲେ !ଅନେକ ଜମି ରୁ ଧାନ ଖଳା କୁ ଆସି ନାହିଁ ବିଜୁ କୃଷକ ଯୋଜନା ରେ ହଜାର ହଜାର ଏକର ଟାଇଚୂନ ଧାନ କରାଯାଇଛି !ଯାଜପୁର ଜିଲ୍ଲା ପାଳ ରଞ୍ଜନ କୁମାର ଦାସ ସମ୍ଭାବ୍ୟ ବାତ୍ୟା କୁ ମୁକାବିଲା କରିବା ପାଇଁ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ବିଡ଼ି ଓ  ତହସିଲଦାର ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି !କୃଷି ବିଭାଗ କୁ ମଧ୍ୟ୍ ନିର୍ଦେଶ ଦିଆଯାଇଛି ଚାଷୀ ମାନଙ୍କୁ ଧାନ ଖଳା ରେ ଯଥା ଶୀଘ୍ର ନେଇ ଆସିବା କୁ କୁହାଯାଇଛି କିନ୍ତୁ କରୋନା ଭୟ ରେ କୌଣସି ସୂଚନା ମିଳୁ ନାହିଁ କେବଳ ସୋସିଆଲ ମେଡ଼ିଆ, ଟିଭି, ରେଡ଼ିଓ ମାଧ୍ୟମରେ ସୂଚନା ମିଳୁଛି ! କିନ୍ତୁ କୃଷି ବିଭାଗ ତରଫରୁ କୌଣସି ସୂଚନା ମିଳୁ ନାହିଁ ଏହା ର ଦୁର୍ଷ୍ଟଣ୍ଟ  ଦେଖିବା କୁ ମିଳିଛି କୋରାଇ ବ୍ଲକ ର ହାଲଡିଗଡିଆ ପଞ୍ଚାୟତ ର  ଚାଷୀ ମାନଙ୍କ ନିକଟରେ ଏ ସମ୍ପର୍କ ର ଉକ୍ତ ପଞ୍ଚାୟତ ର ସଳକଣା ଗ୍ରାମ ର ଚାଷୀ ଯୋଗେନ୍ଦ୍ର କୁମାର ସାହୁ କହନ୍ତି ରବି ଋତୁ ପାଇଁ ଏହି ପଞ୍ଚାୟତ ରୁ ଚାଳିଶ   କୁଇଂଟାଲ ଲେଖାଁଏ ଚାଷୀ ବିକ୍ରି କରି ବା ପାଇଁ ଅନଲାଇନରେ ନିର୍ଦେଶ ଆସିଛି କେବଳ ସୋସାଇଟି ପକ୍ଷ ରୁ 250କୁଇଣ୍ଟାଲ  ନିର୍ଦେଶ ନାମା ମିଳିଛି !କିନ୍ତୁ 600 ଚାଷୀ 500 କୁଇଣ୍ଟାଲ ବିକ୍ରି କରିବେ କିପରି ଯାହା ଚାଷୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି  ସହ ଯଦି ବାତ୍ୟା ଫସଲ ନଷ୍ଟ ହୁଏ ଚାଷୀ ମାନେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି !ଚାଷୀମାନେ ଭିଡ଼ିଓ ବାର୍ତ୍ତା ରେ  ସୂଚନା ଦେଇଛନ୍ତି ! -ରିପୋର୍ଟ ଅଭିମନ୍ୟୁ ମିଶ୍ର