37.1 C
Bhubaneswar
Sunday, April 28, 2024
Homeଓଡିଶାବୈତରଣୀ ନଦୀ ଦେବୀଗଡ଼ା ଘାଟରୁ ପୁଣି ଉଦ୍ଧାର ହେଲା ପ୍ରାଚୀନ ନାରାୟଣ ମୂର୍ତ୍ତି

ବୈତରଣୀ ନଦୀ ଦେବୀଗଡ଼ା ଘାଟରୁ ପୁଣି ଉଦ୍ଧାର ହେଲା ପ୍ରାଚୀନ ନାରାୟଣ ମୂର୍ତ୍ତି

 

ଯାଜପୁର( ଓଏନଏ): ଯାଜପୁର ଏକ ପବିତ୍ର ଅତି ପୁରାତନ ତ୍ରିର୍ଥ ସ୍ଥାନ :ଦ୍ୱାପର ଯୁଗ ରୁ ଯାଜପୁର ତ୍ରିର୍ଥସ୍ଥାନ ର ମାନ୍ୟତା ପାଇଛି ମହାଭାରତ ଗ୍ରନ୍ଥ ରେ ଯାଜପୁର ସମ୍ପର୍କ ରେ ଉଲେଖ ରହିଛି l ଯାଜପୁର ଶୈବ ବୈସ୍ଟମ୍ବୁ ଶାକ୍ତ ବୌଦ ଜୈନ ଧର୍ମ ର ମିଳନ ସ୍ଥଳ ଅଚ୍ୟୁତାନନ୍ଦ ମହାପୁରଷ ଯାଜପୁର ସମ୍ପର୍କ ରେ ଆଗତ ଭବିଷ୍ୟତ ମାଳିକା ରେ ଲେଖିଛନ୍ତି ମା ବିରଜା ମନ୍ଦିର ଦେବୀ ଗଡା ଘାଟ ସିଦ୍ଧେଶ୍ଵର ମହାଦେବ ମନ୍ଦିର ପ୍ରଭୁତି ସମ୍ପର୍କ ରେ ମାଳିକା ରେ ବର୍ଣନା କରିଛନ୍ତି ଅନେକ ଦେବା ଦେବୀ ମୂର୍ତ୍ତି ବାହାରିବେ ଏବେ ମହାପୁରୁଷ ବାଣୀ ସତ୍ୟ ହେବାକୁ ଯାଉଛି l ଯାଜପୁର ବୈତରଣୀ ନଦୀର ଦେବୀଗଡା ଘାଟ ନିକଟରୁ ଆଜି ଉଦ୍ଧାର ହୋଇଛି ଆଉ କିଛି ପ୍ରାଚୀନ ନାରାୟଣ ମୂର୍ତ୍ତି । ଏଠାରେ ବ୍ଯାରେଜ କାମ ଚାଲୁଥିବା ବେଳେ ଏକ ନାରାୟଣ ମୂର୍ତ୍ତି ଏବଂ ଅନ୍ଯ ମୂର୍ତ୍ତିର ଭଗ୍ନାଂଶ ଉଦ୍ଧାର ହୋଇଛି । ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ ହୋଇଛି । ଏହାର କାରୁକାର୍ଯ୍ୟ ମଧ୍ୟ ବେଶ୍‌ ଆକର୍ଷଣୀୟ
ପୂର୍ବରୁ ମଧ୍ୟ ଏହିପରି ଅନେକ ମୂର୍ତ୍ତି ଏଠାରୁ ଉଦ୍ଧାର କରାଯାଇଥିଲା। ଅତୀତରେ କୌଣସି ପୁରାତନ ମନ୍ଦିର ଭାଙ୍ଗିରୁଜି ନଦୀରେ ଲୀନ ହୋଇଯାଇଥିଲା । ଏବେ ଖନନ ହେବା ଦ୍ୱାରା ସେହି ମନ୍ଦିରର ଅଂଶ ସବୁ ବାହାରୁଥିବା ଅନୁମାନ କରାଯାଉଛି ।ଅନ୍ୟ ପକ୍ଷ ରେ କଳା ପାହାଡ଼ ଓ ବିଧର୍ମୀ ଶାସକ ମାନେ ହିନ୍ଦୁ ମନ୍ଦିର ଗୁଡିକୁ ଧ୍ୱସଂ କରି ଦେବା ଦେବୀ ମୂର୍ତ୍ତି ଗୁଡିକୁ ନଦୀ ନିକ୍ଷେପ କରି ଥିବା ର କାରଣ ହୋଇ ପାରେ
ତେବେ ଏ ନେଇ ପ୍ରତ୍ନତତ୍ୱ ବିଭାଗ ଅଧିକ ଗବେଷଣା କରିବାର ଆବଶ୍ଯକତା ରହିଛି ବୋଲି ବୁଦ୍ଧି ଜୀବି ମହଲ ରେ ମତପ୍ରକାଶ ପାଉଛି l। ସୂଚନା ଥାଉକି ପ୍ରଥମେ ଯାଜପୁର ସିଦ୍ଧେଶ୍ୱର ଘାଟ ନିକଟରୁ ବିରାଟଶିବଲିଙ୍ଗ ଏବଂ ମନ୍ଦିର ଭଗ୍ନାବଶେଷ ବାହାରିଥିଲା । ଏହାକୁ ମିଶାଇ ତିନି ଥର ଏଭଳି ପ୍ରାଚୀନ କୀର୍ତ୍ତି ସବୁ ଉଦ୍ଧାର କରାଗଲାଣି ।ବୈତରଣୀ ନଦୀ ବାଲି ଆହୁରି ପୁରାତନ କୀତ୍ତି ରାଜି ପୋତି ହୋଇ ରହିଛି ଏ ସମ୍ପର୍କ ସ୍ୱତନ୍ତ୍ର ଗବେଷଣା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking