37.1 C
Bhubaneswar
Thursday, March 28, 2024
Homeଓଡିଶାମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଂଘର ମହାନତା

ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଂଘର ମହାନତା

 

ମୟୂରଭଞ୍ଜ : ୭୫ବର୍ଷୀୟା ରୋଗାଗ୍ରସ୍ଥ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ସଂଘ। ବୃଦ୍ଧାଶ୍ରମରେ ଥଇଥାନ କରିବାକୁ ଯୋଜନା।
ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏହି ଯୋଜନା ଅନେକ କ୍ଷେତ୍ରରେ କିପରି ଲଗାମଛଡ଼ା ହୋଇ ବିଫଳ ହେଉଛି ତାର ନଗ୍ନଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଅନ୍ତର୍ଗତ ଷ୍ଟେସନବଜାର ଅଞ୍ଚଳରେ। ଦୁଃଖଦୁର୍ଦ୍ଦିନରେ ଭୋକଉପାସରେ ଜରାଜୀର୍ଣ୍ଣ ଅବସ୍ଥାରେ ଖଟ ଉପରେ ଶୋଇ ରହି ଜୀବନ କାଟୁଛନ୍ତି ଅସହାୟ ବୃଦ୍ଧା ମହିଳା। ଅସହାୟ ଅବସ୍ଥାରେ ଦୀର୍ଘଦିନରୁ ପଡିରହିଥିବା ଗରିବ ବୃଦ୍ଧାମହିଳା ହେଲେ ସ୍ବର୍ଗତ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସହଧର୍ମିଣୀ ଶାନ୍ତିଲତା ବିଶ୍ବାଳ(୭୫)। ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ଗରିବ ଅସହାୟ ମହିଳା ଜଣକ ବୟସର ଅପରାହ୍ନରେ ନିଜ ଜନ୍ମିତ ପୁଅ ପାଖରେ ଜୀବନ ବିତାଉଥିବା ବେଳେ ଦୁଇପୁଅ ଜନ୍ମକଲା ମାଆର ହାତ ଛାଡି ବେସାହାରା କରି ଚାଲିଯାଇ ଅନ୍ୟତ୍ର ରହୁଛନ୍ତି। ବାଧ୍ୟରେ ନିରୁପାୟ ହୋଇ ବେସାହାରା ଅବସ୍ଥାରେ ପଲିଥିନ ତଳେ ଖରା ବର୍ଷା ଶୀତ କାକର ମଧ୍ୟରେ ଏକ ଖଟିଆରେ ପଡିରହି ଦୁଃଖ ଦୁର୍ଦ୍ଦିନରେ ଜୀବନ କାଟିବା ପାଇଁ ବାଧ୍ୟ ହୋଇଥିଲେ ବୟସ୍କା ମହିଳା ଜଣକ। ଦୀର୍ଘଦିନ ସେବା ଯତ୍ନ ଓ ଖାଦ୍ୟ ଅଭାବରୁ ଖଟିଆରେ ପଡିରହି ଶରୀର କ୍ଷୀଣ ପ୍ରାୟ । ବୃଦ୍ଧା ମହିଳାର ଶରୀରରେ ପିମ୍ପୁଡ଼ି ଓ ପୋକ ସାଲୁବାଲୁ କରୁଥିବାର ଦୃଶ୍ୟ ମଧ୍ୟ ପରିଲକ୍ଷିତ ହେଉଛି। ଏହି ଅସହାୟ ବୃଦ୍ଧା ମହିଳାଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ ବା ବ୍ଲକ ପ୍ରଶାସନର କିପରି ଦୃଷ୍ଟିପଡ଼ିନି ସେନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା କଥା କହି ଆସୁଥିବା ସରକାରଙ୍କ ପାଇଁ ଏଘଟଣା ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରୁଛି। ମହିଳା ଜଣଙ୍କର କେହି ସାହାଭରସା ହୋଇନଥିବା ବେଳେ ଅସହାୟ ଅବସ୍ଥାରେ ଦୀର୍ଘଦିନରୁ ପଡିରହିଥିବା ମହିଳାଙ୍କ ସମ୍ପର୍କରେ ଖବରପାଇ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ଗତକାଲି ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏବଂ ପରବର୍ତ୍ତୀ ସମୟରେ ବାରିପଦାର ପାଲବଣି ସ୍ଥିତ ବୃଦ୍ଧାଶ୍ରମରେ ଥଇଥାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ସମାଜସେବା କାର୍ଯ୍ୟରେ ସଙ୍ଘର ସଭାପତି ଡ଼ଃ ବିଜୟ କୁମାର ଅଗ୍ରୱାଲଙ୍କ ସହମତିରେ ସାଧାରଣ ସମ୍ପାଦକ ଦୀପକ କୁମାର ନାୟକଙ୍କ ନେତୃତ୍ୱରେ ସଂଘର ଯୁଗ୍ମ ସମ୍ପାଦକ ସୁବ୍ରତ ପ୍ରଧାନ, ସନ୍ତୋଷ ବରାଜ, ଶୃଙ୍ଖଳା କମିଟିର ସଦସ୍ୟ ରଞ୍ଜନ କୁମାର ଦାଶ, କାର୍ଯ୍ୟକାରୀ କମିଟିର ସଦଶ୍ୟ ଲକ୍ଷ୍ମଣ କୁମାର ଜେନା, ଆର୍ଯ୍ୟଭଟ୍ଟ ମହାନ୍ତି, ମିଡିଆ କୋର୍ଡିନେଟର ସୁବ୍ରତ କୁମାର ଦାସ, ସଭ୍ୟ ଦିଲ୍ଲୀପ କୁମାର ପାତ୍ର,ରଜତ ପଟ୍ଟନାୟକ ପ୍ରମୁଖଙ୍କ ସମେତ ସ୍ଥାନୀୟ ସ୍ୱେଚ୍ଛାସେବୀ ଜୟନ୍ତ ନାଏକ, ସରସ୍ୱତୀ ମହାଳିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଆଶ୍ଚର୍ଯ୍ୟର କଥା ସହର ମଧ୍ୟଭାଗରେ ଏଭଳି କରୁଣ ଦୃଶ୍ୟ ଘଟୁଥିଲେ ମଧ୍ୟ କେହି କେମିତି ସରକାରୀ ସ୍ତରରେ ଆଜି ପର୍ୟ୍ଯନ୍ତ ଜାଣି ପାରିନାହାନ୍ତି ତାହା ପ୍ରଶ୍ନବାଚୀସୃଷ୍ଟି କରୁଛି। ତେବେ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଂଘର ଏଭଳି ସମାଜସେବା କାର୍ଯ୍ୟକୁ ଜନ ସାଧାରଣରେ ପ୍ରଶଂସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking