24.1 C
Bhubaneswar
Monday, May 13, 2024
Homeଓଡିଶାହଜିଲା ପୁଅକୁ ଖୋଜୁଛି ମା

ହଜିଲା ପୁଅକୁ ଖୋଜୁଛି ମା

ମୟୂରଭଞ୍ଜ- ହଜିଲା ପୁଅକୁ ଖୋଜୁଛି ବିଧବା ମାଆ । ଜାଣେନି ପୁଅକୁ ପାଇବକି ନାହିଁ । କିନ୍ତୁ ମାଆ ମନ କଣ ବୁଝେ ।ବନ୍ଧୁବାନ୍ଧବ ଠୁ ଆରମ୍ଭ କରି ୟାକୁ ତାକୁ ପଚାରୁଛି ହେଲେ ପୁଅ କୋଉଠି ଅଛି କିଛି ବି ସୁରାକ ମିଳୁନି ବିଧବା ମାଆ କୁ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଘରମାବେଡା ଗ୍ରାମରେ। ପ୍ରବୀର କୁମାର ନାୟକ ବାପା ସ୍ବର୍ଗତ ବନମାଳୀ ନାୟକ ଏବଂ ମା ଖଇରମଣି ନାୟକ । ପ୍ରବୀର ଜଣେ ମୁକ କଥା କହି ପାରନ୍ତି ନାହିଁ କେବଳ ସାଙ୍କେତିକ ଠାରରେ ଇଙ୍ଗିତ କରନ୍ତି । ପାଠ ପଢ଼ିଛନ୍ତି ଲେଖା ମାଧ୍ୟମରେ ନିଜର ମନ କଥା ଲେଖି ଅନ୍ୟକୁ ଜଣାନ୍ତି । ଗତ ଲକ ଡାଉନ ସମୟରେ ବନ୍ଧୁ ବାନ୍ଧବ ଘରକୁ ବାହାରି ଥିଲା କିନ୍ତୁ ଏପର୍ଯ୍ୟନ୍ତ ଘରକୁ ଫେରିନି । ବିଧବା ମା ଚାରି ଆଡେ ଖଜାଖୋଜି କଲା କିନ୍ତୁ କିଛି ପତା ମିଳୁନାହିଁ ।ପୁଅର ଫୋଟ ଧରି ଗାଁ ଗାଁ ବୁଲୁଛି ନିରୁପାୟ ମାଆ। ପୁଅ ନିଖଜ ନେଇ ପୋଲିସରେ ମଧ୍ୟ ଲିଖିତ ଭାବରେ ଜଣାଇଛନ୍ତି ତା ପରେ ବି ପୁଅର ଫେରନ୍ତା ବାଟକୁ ଚାହିଁ ବସିଛନ୍ତି । କେବେ ମିଳିବ ହଜିଲା ଧନ ନୟନ ପିତୁଳା ମାଆ ଆଖିର ଜ୍ୟୋତି ସାଜିଥିବା ପୁଅ। ତେବେ ଜଣେ ମାଆର ଏହି କରୁଣ ଚିତ୍ର ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଦୁଃଖଦ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ପୋଲିସ ବିଭାଗ ପକ୍ଷରୁ ତତ୍ପରତା ଦେଖାଇ ହଜିଲା ପୁଅକୁ ଖୋଜି ବାହାର କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking