33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆଇଟି ମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟକୁ ୧ ଘଂଟା ପାଇଁ ବନ୍ଦ କଲା ଟ୍ୱିଟର

ଆଇଟି ମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟକୁ ୧ ଘଂଟା ପାଇଁ ବନ୍ଦ କଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ଆଉପାଦେ ଆଗକୁ ବଢିଛି । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଂକର ପ୍ରସାଦଙ୍କ ଆକାଉଣ୍ଟକୁ ୧ ଘଂଟା ପାଇଁ ବନ୍ଦ କରିଦେଇଥିଲା ଟ୍ୱିଟର । ଏନେଇ ରବିଶଂକର ପ୍ରସାଦ କହିଛନ୍ତି କି ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟ ଏକ୍ସସେସ୍ କୁ ୧ ଘଂଟା ପାଇଁ ବନ୍ଦ ରଖାଯାଇଥିଲା । ଏ ନେଇ ଯାଂଚ କରିବା ପରେ ଟ୍ୱିଟର ପକ୍ଷରୁ କୁହାଯାଇଥିଲା କି ଆମେରିକୀୟ ଡିଜିଟାଲ ମିଲେନିୟମ କପିରାଇଟ୍ ଆକ୍ଟ (ଡିଏମସିଏ) ର ଉଲଙ୍ଘନ ଯୋଗୁଁ ତାଙ୍କ ଆକାଉଣ୍ଟ ବନ୍ଦ କରାଯାଇଥିଲା ।

ନିଜ ଟ୍ୱିଟର ଆକାଉଣ୍ଟ ବ୍ଲକ୍ ହେବା ନେଇ ପ୍ରସାଦ ଆଜି ଟ୍ୱିଟ୍ କରି କହିଥିଲେ – ବନ୍ଧୁଗଣ, ଆଜି ସକାଳେ ଏକ ଅଭୁତ ଘଟଣା ଘଟିଛି । ଟ୍ୱିଟର ମୋର ମୋର ଆକାଉଣ୍ଟ୍ ଘଣ୍ଟାଏ କାଳ ବ୍ଲକ କରି ଦେଇଥିଲା । ମୋ ବିରୋଧରେ ଆମେରିକାନ ମିଲେନିୟମ କପିରାଇଟ୍ ନିୟମ ଉଲ୍ଲଂଘନ ଅଭିଯୋଗ ଆଣି ଟ୍ୱିଟର ଏପରି କରିଥିଲ । ପରେ ମୋତେ ନିଜ ଆକାଉଣ୍ଟର ବ୍ୟବହାର ପାଇଁ ଅନୁମତି ମିଳିଥିଲା । ପୂର୍ବରୁ ଟ୍ୱିଟର ଉପରାଷ୍ଟ୍ରପତି ଭେଙ୍କୟା ନାୟୁଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ଚିହ୍ନ ହଟାଇବା ନେଇ ହଙ୍ଗମା ହୋଇଥିଲା । ଏବେ ଆଇନମନ୍ତ୍ରୀଙ୍କ ଆକାଉଣ୍ଟ ବ୍ଲକ୍ କରି ଟ୍ୱିଟର କେନ୍ଦ୍ର ସରକାରଙ୍କ ସହ ବିବାଦକୁ ଆହୁରି ବଢ଼ାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking