34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଭାରତ ସୀମା ନିକଟ ତିବତରେ ପ୍ରଥମ ବୁଲେଟ ଟ୍ରେନ ସେବା ଆରମ୍ଭ କଲା ଚୀନ

ଭାରତ ସୀମା ନିକଟ ତିବତରେ ପ୍ରଥମ ବୁଲେଟ ଟ୍ରେନ ସେବା ଆରମ୍ଭ କଲା ଚୀନ

ବେଜିଂ: ଚୀନ ତିବତ ସୁଦୂର ହିମାଳୟ କ୍ଷେତ୍ରରେ ପ୍ରଥମ ଥର ସଂପୂର୍ଣ୍ଣ ବିଜୁଳି ଚାଳିତ ବୁଲେଟ ଟ୍ରେନ ର ଶୁଭାରମ୍ଭ ଶୁକ୍ରବାରଠୁ ଆରମ୍ଭ କରିଛି । ଯାହା ପ୍ରାନ୍ତୀୟ ରାଜଧାନୀ ଲହାସା ଓ ନିୟଂଗଚୀକୁ ଯୋଡିବ । ନିୟଂଗଚୀ ଅରୁଣାଚଳପ୍ରଦେଶ ର ନିକଟରେ ଅବସ୍ଥିତ ତିବତ ସୀମାଇ ନଗର । ସିଚୁଆନ-ତିବତ ରେଲୱେର ୪୩୫.୫କିଲୋମିଟର ଲମ୍ବା ଲହାସା-ନିୟଗଂଚୀ ଖଣ୍ଡ ୧ ଜୁଲାଇରେ ସିପିସିର ଶତାବ୍ଦୀ ସମାରୋହ ପୂର୍ବରୁ ଉଦଘାଟନ କରାଯାଇଛି ।
ଋିପୋର୍ଟରୁ ଜଣାପଡିଛି ଯେ, ଏହି କ୍ଷେତ୍ରରେ ଟ୍ରେନର ଅଧିକତମ ଗତି ୧୬୦ କିମି ପ୍ରତି ଘଣ୍ଟା ରହିବ ଓ ଏହା ସିଲଙ୍ଗ ଲାଇନ ବିଦ୍ୟୁତକୃତ ରେଲୱେ । ଏଠାରେ ମୋଟ ୯ଟି ଷ୍ଟେସନ ରହିଛି ।  ନଭେମ୍ବରରେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସିଚୁଆନ୍ ପ୍ରଦେଶକୁ ତିବ୍ଦତର ନିୟାଙ୍ଗଚି ସହିତ ସଂଯୋଗ କରୁଥିବା ଏକ ନୂତନ ରେଳ ପ୍ରକଳ୍ପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସୀମା ସ୍ଥିରତା ରକ୍ଷା କରିବାରେ ଏହି ନୂତନ ରେଳ ଲାଇନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking