39.2 C
Bhubaneswar
Thursday, April 18, 2024
Homeକରୋନାକୋବାଭ୍ୟାକ୍ସ ପ୍ରସ୍ତୁତ କରିବା ଆରମ୍ଭ କଲା ସିରମ ଇନଷ୍ଟିଚ୍ୟୁଟ

କୋବାଭ୍ୟାକ୍ସ ପ୍ରସ୍ତୁତ କରିବା ଆରମ୍ଭ କଲା ସିରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଜେଶର ସବୁଠୁ ବଡ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ପୁଣେସ୍ଥିତ ସୀରମ ଇନଷ୍ଟିଚ୍ୟୁଟ କୋବାଭ୍ୟାକ୍ସର ପ୍ରଥମ ପର୍ଯ୍ୟାୟ ପ୍ରଡକ୍ସନ ଆରମ୍ଭ କରିସାରିଛି । ସିରମ ଇନଷ୍ଟିଚ୍ୟୁଟ ଶୁକ୍ରବାର ଟ୍ୱିଟ କରି କହିଛି ଯେ, ଏକ ନୂଆ ସଫଳତା ହାସଲ ହେଲା । ଏହି ସପ୍ତାହରେ ଆମେ ନୋବାଭ୍ୟାକ୍ସ ତରଫରୁ ପ୍ରସ୍ତୁତ କରାଯାଇଥିବା କୋଭିଡ ୧୯ ଭ୍ୟାକ୍ସିନ, ଯାହାକୁ ଭାରତରେ କୋବାଭ୍ୟାକ୍ସ ନାମ ଦିଆଯାଇଛି, ତାର ପ୍ରଥମ ଖେପ ପ୍ରସ୍ତୁତ କରିବା ଆରମ୍ଭ କରିଛୁ । ସିରମ ଇନଷ୍ଟିଚ୍ୟୁଟ ସିଇଓ ଅଦାର ପୁନାବାଲା କହିଛନ୍ତି, ‘ଏହି ସପ୍ତାହରେ ପୁଣେରେ ପ୍ରଥମ ବ୍ୟାଚ ଉତ୍ପାଦନ ହେଉଥିବା ଦେଖି ଉତ୍ସାହିତ ଅଛି । ଏହି ଭ୍ୟାକ୍ସିନରେ ୧୮ ବର୍ଷରୁ କମ୍ ବୟସ ବର୍ଗର ଭବିଷ୍ୟତ ପିଢିଙ୍କ ସୁରକ୍ଷା କରିବାର କ୍ଷମତା ରହିଛି । ଟ୍ରାଏଲ ଏବେ ଜାରି ରହିଛି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking