33.1 C
Bhubaneswar
Saturday, April 27, 2024
Homeବିଜିନେସ୍ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ବୃଦ୍ଧି ପ୍ରସଙ୍ଗ: ଏନ୍‌ଆରଆଇଙ୍କୁ ଭରସା କରୁଛି ରିଜର୍ଭ ବ୍ୟାଙ୍କ

ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ବୃଦ୍ଧି ପ୍ରସଙ୍ଗ: ଏନ୍‌ଆରଆଇଙ୍କୁ ଭରସା କରୁଛି ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦିନକୁ ଦିନ ହ୍ରାସ ପାଉଥିବାବେଳେ ଏହା ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅପରପକ୍ଷରେ ଆମଦାନି-ରପ୍ତାନୀ କାରବାର ବାଧାପ୍ରାପ୍ତ ହେଉଥିବାବେଳେ ଏହାର ପ୍ରତିକୂଳ ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ମଧ୍ୟ ପଡୁଛି । ଭାରତରେ ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ କମୁଥିବାବେଳେ ଏହା ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ପୁରୁଣା ରଣନୀତି ଉପରେ ଭରସା କରିବାକୁ ଯାଉଛି । ଚଳିତବର୍ଷ ସେପ୍ଟେମ୍ବର ୨୬ ସୁଦ୍ଧା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୯.୫ ପ୍ରତିଶତ ହ୍ରାସ ପାଇସାରିଲାଣି । ଗତବର୍ଷ ଏହା ୬୪୨ ବିଲିୟନ ଡଲାର ଥିବାବେଳେ ବର୍ତ୍ତମାନ ଏହା ୫୪୫ ବିଲିୟନ ଡଲାରକୁ କମିଆସିଛି । ଏହା ଯେପରି ୫୦୦ ବିଲିୟନ ଡଲାର ସ୍ତରରୁ ନକମେ, ସେଥିପ୍ରତି ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ସତର୍କ ଦୃଷ୍ଟି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥିତି ମଜଭୁତ କରିବାକୁ ରିଜର୍ଭ ବ୍ୟାଙ୍କକୁ ଆଗାମୀ କିଛି ମାସ ମଧ୍ୟରେ ଅତିକମରେ ୧୦୦ ବିଲିୟନ ଡଲାର ଯୋଗାଡ କରିବାକୁ ପଡିବ ବୋଲି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଅଭିକ୍ ବରୁଆ କହିଛନ୍ତି ।

ଏଥିପାଇଁ ରିଜର୍ଭ ବ୍ୟାଙ୍କକୁ ପ୍ରବାସୀ ଭାରତୀୟ (ଏନ୍‌ଆରଆଇ)ଙ୍କ ଉପରେ ନିର୍ଭର କରିବାକୁୁ ପଡିବ । ବିଦେଶରେ ବସବାସ କରୁଥିବା ଏନ୍‌ଆରଆଇମାନେ ଯଦି ପ୍ରତିମାସରେ ଆଖିଦୃଶିଆ ରାଶି ଜମା କରିବେ, ତାହାହେଲେ ଏହି ସଙ୍କଟରୁ ନିସ୍ତାର ମିଳିପାରେ ବୋଲି ବରୁଆ କହିଛନ୍ତି । ଏହାଦ୍ୱାରା ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତିରେ ଉନ୍ନତି ଘଟିବା ସହ ଡଲାର-ଟଙ୍କା ବିନିମୟ ମୂଲ୍ୟରେ ମଧ୍ୟ ସୁଧାର ଆସିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ ବୃଦ୍ଧି କରାଯିବା ସହ ଏନ୍‌ଆରଆଇଙ୍କ ଜମାରାଶି ଉପରେ ଅଧିକ ସୁଧ ବ୍ୟବସ୍ଥା କରାଗଲେ ବିଦେଶୀ ମୁଦ୍ରା ଭଣ୍ଡାର ପୁଣି ପୂର୍ବସ୍ଥିତିକୁ ଫେରିଆସିବ ବୋଲି କୁହାଯାଉଛି । ଅତୀତରେ ଡଃ ମନମୋହନ ସିଂହ ରଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ୱ ସମ୍ଭାଳୁଥିବାବେଳେ ଏଭଳି ରଣନୀତି ଅବଲମ୍ବନ କରି ସ୍ଥିତିରେ ଉନ୍ନତି ଆଣିପାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking