ନୂଆଦିଲ୍ଲୀ: ୨୦୨୨-୨୩ ଆର୍ôଥକବର୍ଷରେ ଦେଶରେ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ (ଏଫ୍ଡିଆଇ) ୧୦୦ ବିଲିୟନ ଡଲାର ଛୁଇଁବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି । ଗତ ଆର୍ôଥକବର୍ଷରେ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ ୮୩.୬ ବିଲିୟନ ଡଲାର ରହିଥିଲା । ୧୦୧ଟି ରାଷ୍ଟର କମ୍ପାନୀଗୁଡିକ ଭାରତର ୩୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୫୭ଟି ସେକ୍ଟରରେ ପୁଞ୍ଜି ବିନିଯୋଗ କରିଥିବା ଜଣାପଡିଛି । ତେବେ ଭାରତ ସରକାରଙ୍କ ଆର୍ôଥକ ନୀତିରେ ସଂସ୍କାର ଅଣାଯାଇଥିବାରୁ ଚଳିତ ଆର୍ôଥକବର୍ଷରେ ଅଧିକରୁ ଅଧିକ ବିଦେଶୀ କମ୍ପାନୀ ଭାରତରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ ହେବେ ବୋଲି ଆଶା କରାଯାଉଛି ।