30.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଇସ୍ରାଏଲ-ହମାସ ଯୁଦ୍ଧ; ୟୁଏନ୍‌ଜିଏ ପ୍ରସ୍ତାବକୁ ଭାରତର ସମର୍ଥନ

ଇସ୍ରାଏଲ-ହମାସ ଯୁଦ୍ଧ; ୟୁଏନ୍‌ଜିଏ ପ୍ରସ୍ତାବକୁ ଭାରତର ସମର୍ଥନ

ନୂଆଦିଲ୍ଲୀ:  ଦୀର୍ଘ ୨ ମାସରୁ ଅଧିକ ସମୟ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଭାରତର ଏକ ବଡ଼ ଭୂମିକା ସାମ୍ନାକୁ ଆସିଛି । ୧୯୩ ସଦସ୍ୟତା ବିଶିଷ୍ଟ ସଂଯୁକ୍ତ ରାଷ୍ଟ୍ର ମହାସଭା (ୟୁଏନ୍‌ଜିଏ) ପକ୍ଷରୁ ଗାଜାରେ ଯୁଦ୍ଧ ବିରାମ ସମ୍ପର୍କୀତ ପ୍ରସ୍ତାବ ସପକ୍ଷରେ ଭାରତ ମତଦାନ କରିଛି । ଅକ୍ଟୋବରରେ ଇସ୍ରାଏଲ୍‌-ହମାସ୍ ସଂଘର୍ଷ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଭାରତ ଏପ୍ରକାର କୌଣସି ଏକ ପ୍ରସ୍ତାବକୁ ସମର୍ଥନ କରିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ଯେତେଥର ବି ଏପ୍ରକାର କିଛି ପ୍ରସ୍ତାବ ପାରିତ ହୋଇଥିଲା ଭାରତ ସେଥିରୁ ନିଜକୁ ଦୂରେଇ ରଖିଥିଲା । ଇସ୍ରାଏଲ୍ ସହ ବନ୍ଧୁତାପୂର୍ଣ୍ଣ ସମ୍ପର୍କରେ କୌଣସି ପ୍ରକାର ଆଞ୍ଚ ଆସୁ ବୋଲି ଭାରତ ଚାହୁଁଥିବା କାରଣରୁ ଏପ୍ରକାର ନୀତି ଆପଣାଇ ଆସୁଥିଲା । ଏବେ କିନ୍ତୁ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଜାରି ଗାଜା ଯୁଦ୍ଧ ବିରାମ ପ୍ରସ୍ତାବକୁ ଭାରତ ସମର୍ଥନ କରିଛି ।

ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଗତ ୯ ତାରିଖରେ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (ସିଓପି୨୮) ଚାଲିଥିବା ବେଳେ ଇସ୍ରାଏଲ ଏବଂ ଫିଲିସ୍ତାନ ଇସଲାମ୍ ସମୂହ ହମାସ୍ ମଧ୍ୟରେ ଚାଲିଥିବା ସଂଘର୍ଷ ଜନିତ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଗାଜା ଯୁଦ୍ଧ ବିରାମ ନେଇ ବ୍ୟାପକ ସହମ୍‌ତି ପ୍ରକାଶ ପାଇଥିଲା । ପରେ ୟୁଏନ୍‌ଜିଏ ପକ୍ଷରୁ ଏନେଇ ଏକ ପ୍ରସ୍ତାବ ପାରିତ କରାଯାଇଥିଲା ଯେଉଁଥିରେ ଇସ୍ରାଏଲ୍‌-ହମାସ ସଂଘର୍ଷ ଉପରେ ତତ୍କାଳୀନ ମାନବୀୟ ଯୁଦ୍ଧବିରାମ ଏବଂ ସମସ୍ତ ବନ୍ଧକଙ୍କୁ ନିସର୍ତ୍ତ ମୁକ୍ତି ପାଇଁ ଦାବି କରାଯାଇଥିଲା । ତେବେ ଭାରତ ଏପ୍ରକାର ପ୍ରସ୍ତାବରୁ ନିଜକୁ ଦୂରେଇ ରଖି ଆସୁଥିଲା । କିନ୍ତୁ  ଏବେ ଏହି ପ୍ରସ୍ତାବକୁ ସମର୍ଥନ କରିଛି ।

ୟୁଏନ୍‌ଜିଏର ଏହି ପ୍ରସ୍ତାବକୁ ୧୯୩ ରାଷ୍ଟ୍ର ମଧ୍ୟରୁ ଭାରତ ସମେତ ମୋଟ୍ ୧୫୩ ଦେଶ ସମର୍ଥନ କରିଥିବା ବେଳେ ଇସ୍ରାଏଲ, ଚେକ୍ ଗଣରାଜ୍ୟ, ଅଷ୍ଟ୍ରିଆ, ନ୍ୟୁ ଗିନି, ଆମେରିକା ସମେତ ମୋଟ୍ ୧ଠ ରାଷ୍ଟ୍ର ଏହାକୁ ବିରୋଧ କରିବା ସହ ପ୍ରସ୍ତାବ ବିପକ୍ଷରେ ମତଦାନ କରିଥିଲେ । ବାକି ୨୩ ରାଷ୍ଟ୍ର ମତଦାନରେ ଅଂଶଗ୍ରହଣ କରିନଥିଲେ ।

ୟୁଏନ୍‌ଜିଏ ସଂକଳ୍ପ ପ୍ରସ୍ତାବ ସମ୍ପର୍କରେ…
ୟୁଏନ୍‌ଜିଏ ପ୍ରସ୍ତାବରେ ଗାଜା ପଟ୍ଟିରେ ବିନାଶକାରୀ ମାନବୀୟ ସ୍ଥିତି ଏବଂ ଫିଲିସ୍ତିନୀ ନାଗରିକଙ୍କ ଦୁଃଖ ଯନ୍ତ୍ରଣା ସମ୍ପର୍କୀତ ଚିନ୍ତା କରାଯାଇଥିଲା । ଏଥିରେ ଫିଲସ୍ତାନୀ ନାଗରିକ ଏବଂ ଇସ୍ରାଏଲ ନାଗରିକଙ୍କୁ ଅନ୍ତରାଷ୍ଟ୍ରୀୟ ମାନବୀୟ ନିୟମ କାନୁନ୍ ଅନୁସାରେ ସଂରକ୍ଷିତ କରାଯିବା ଉଚିତ୍ । ଏଥିରେ ମୁଖ୍ୟତଃ ଦୁଇଟି ଦାବି କରାଯାଇଥିଲା । ପ୍ରଥମତଃ ତତ୍କାଳ ମାନବୀୟ ଯୁଦ୍ଧବିରାମ ଏବଂ ଦ୍ୱିତୀୟତଃ ସମସ୍ତ ବନ୍ଧକଙ୍କୁ ତତ୍କାଳ ଏବଂ ନିସର୍ତ୍ତ ମୁକ୍ତି କରାଯିବା ସହ ସେମାନଙ୍କୁ ବ୍ୟବସ୍ଥିତ କରାଯିବା  ନେଇ ନିଶ୍ଚିତ କରାଯିବା ।
ପ୍ରସ୍ତାବରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ, ସମସ୍ତ ପକ୍ଷ ଅନ୍ତରାଷ୍ଟ୍ରୀୟ ନିୟମ ଅନୁସାରେ ନିଜ ଦାୟିତ୍ୱକୁ ପାଳନ କରନ୍ତୁ ଯେଉଁଥିରେ ଅନ୍ତରାଷ୍ଟ୍ରୀୟ ମାନବୀୟ ନିୟମ କାନୁନ ସାମିଲ ରହିଛି । ବିଶେଷ କରି ଏହା ଏକ ନାଗରିକଙ୍କ ସୁରକ୍ଷା ସମ୍ବନ୍ଧୀୟ ପ୍ରସ୍ତାବ ବୋଲି ୟୁଏନ୍‌ଜିଏ ଦର୍ଶାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking