40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଏଟିକେ ବିଜୟୀ

ଏଟିକେ ବିଜୟୀ

ନୂଆଦିଲ୍ଲୀ: ଗତକାଲିଠୁ ଆରମ୍ଭ ହୋଇଯାଇଛି ଇଣ୍ଡିଆନ ସୁପର ଲିଗ ର ସପ୍ତମ ସଂସ୍କରଣ । କରୋନା ମହାମାରୀ ପାଇଁ ଅନେକ ବିଳମ୍ବରେ ଏହା ଆରମ୍ଭ ହୋଇଛି । ହେଲେ ସବୁ ପରେ ବି ଫୁଟବଲପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଉଦଘାଟନୀ ମ୍ୟାଚରେ ମଇଦାନକୁ ଓହ୍ଲାଇଥିଲେ କେରଳ ବ୍ଲାଷ୍ଟର୍ସ ଓ ଏଟିକେ ମୋହନ ବାଗନ । ପ୍ରାରମ୍ଭରୁ ମ୍ୟାଚରେ ରୋମାଂଚକର ଦେଖିବାକୁ ମିଳିଥିଲା । ପରେ ଏହା ସଂଘର୍ଷପୂର୍ଣ୍ଣ ଭାବରେ ଶେଷ ହୋଇଥିଲା । ଶେଷରେ ଏଟିରେ ମୋହନ ବାଗନ ୧-୦ ଗୋଲରେ ମ୍ୟାଚ ବିଜୟୀ ହୋଇଥିଲା । ତଥ୍ୟ ଅନୁଯାୟୀ, ଆଇଏସଏଲର ସପ୍ତମ ସିଜିନ ଗୋଆରେ ହିଁ ଅନୁଷ୍ଠିତ ହେବ । ସେଥିପାଇଁ ୩ଟି ଭେନ୍ୟୁ ପ୍ରସ୍ତୁତ ହୋଇଛି । ସେ ଗୁଡିକ ହେଲା ଜବାହାରଲାଲ ନେହେରୁ ଷ୍ଟାଡିୟମ, ତିଲକ ନଗର ଷ୍ଟାଡିୟମ, ଏବଂ ଜିଏମସି ଆଥଲେଟିକ ଷ୍ଟାଡିୟମ । ମ୍ୟାଚଟି ରୁଦ୍ଧଦ୍ୱାରରେ ଖେଳାଯାଇଥିବା ବେଳେ ଡିଫେଣ୍ଡିଂ ଚାମ୍ପିଅନ ଏଟିକେର ପ୍ରଦର୍ଶନ ବେଶ ଆକ୍ରମଣାତ୍ମକ ରହିଥିଲା । ଅନ୍ୟପଟେ କେରଳ ବ୍ଲାଷ୍ଟର୍ସ ମଧ୍ୟ ଏହାର କଡା ଜବାବ ରଖିଥିଲା । ଫଳ ସ୍ୱରୂପ ମ୍ୟାଚର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା । ତେବେ ୬୭ ତମ ମିନିଟରେ ଏଟିକେ ପକ୍ଷରୁ କ୍ରିଷ୍ଣା ରଏ ଚମତ୍କାର ଗୋଲ ଦେଇଥିଲେ । ବ୍ଲାଷ୍ଟର୍ସ ଗୋଲ ଖାତା ଖୋଲିବାକୁ ଅନେକ ଚେଷ୍ଟା କଲା ପରେ ବି ସଫଳ ହୋଇପାରିନଥିଲା । ପରିଶେଷରେ ଏଟିକେ ଗୋଟିଏ ଗୋଲରେ ଆଗୁଆ ରହି ମ୍ୟାଚଟିତୁ ଜିତି ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking