27.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗକମେଡିଆନ ଭାରତୀ ସିଂଙ୍କ ଘରେ ଏନସିବି ରେଡ୍‌

କମେଡିଆନ ଭାରତୀ ସିଂଙ୍କ ଘରେ ଏନସିବି ରେଡ୍‌

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଏନସିବିର ଯାଂଚ ଏବେ ବି ଜାରି ରହିଛି । ଏହି ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ନାଁ ସାମ୍ନାକୁ ଆସୁଛି । ଯାହାକୁ ଏନସିବି ନିଜ ପଞ୍ଝାକୁ ନେବାରେ ଲାଗିଛି । ହେଲେ ଏବେ ଏନସିବି, ଦେଶର ଲୋକପ୍ରିୟ କମେଡିଆନ ଭାରତୀ ସିଂ ଙ୍କ ଅନ୍ଧେରୀସ୍ଥିତ ବାସଭବନରେ ରେଡ୍ କରିଥିବା ଜଣାପଡିଛି । ଏହାକୁ ନେଇ ଅଧିକ ତଥ୍ୟ ଯଦିଓ ସାମ୍ନାକୁ ଆସିନାହିଁ, ହେଲେ ଅନେକ ସିଲେବ୍ରିଟି ଏନସିବି ଟାର୍ଗେଟରେ ରହିଛନ୍ତି । ଗତ କିଛି ଦିନ ପୂର୍ବରୁ ଆକ୍ଟର ଅର୍ଜୁନ ରାମପାଲଙ୍କୁ ବି ଏନସିବି ଜେରା କରିବା ସହିତ ତାଙ୍କ ଘରେ ରେଡ୍ କରିଥିଲା । ଦ କପିଲ୍ ଶର୍ମା ସୋରେ ଭାରତୀ ଅଭିନୟ କରୁଛନ୍ତି । ଆଗକୁ ଭାରତୀଙ୍କ ଉପରେ ଏନସିବି କି ପ୍ରକାର ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking