29.1 C
Bhubaneswar
Tuesday, May 7, 2024
Homeଖେଳଆଇଏସ୍‌ଏଲ୍‌-୭ : ଆଙ୍ଗୁଲୋଙ୍କ ଗୋଲ୍‌,  ଗୋଆର କ୍ରମାଗତ ବିଜୟ

ଆଇଏସ୍‌ଏଲ୍‌-୭ : ଆଙ୍ଗୁଲୋଙ୍କ ଗୋଲ୍‌,  ଗୋଆର କ୍ରମାଗତ ବିଜୟ

ଗୋଆ : ସ୍ଥାନୀୟ ଜିଏମସି ଷ୍ଟାଡିୟମ୍ ବାମ୍ବିଲୋମ୍‌ଠାରେ ଶନିବାର ଆଇଏସ୍‌ଏଲ୍‌-୭ର ୨୫ତମ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ମୁକାବିଲା ଗୋଆ ଏଫସି ସହ ହୋଇଥିଲା । ଏଥିରେ ଓଏଫ୍‌ସି ୦-୧ରେ ପରାସ୍ତ ହୋଇ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି । ଅନ୍ୟପକ୍ଷରେ ଗୋଆ ଏଫସି ଇଗୋର୍ ଆଙ୍ଗୁଲୋଙ୍କ ଗୋଲରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପଞ୍ଚମ ମ୍ୟାଚ୍‌ରେ ଏହା ଓଡ଼ିଶାର ଚତୁର୍ଥ ପରାଜୟ ହୋଇଥିବା ବେଳେ ଦଳ ମାତ୍ର ଗୋଟିଏ ପଏଣ୍ଟ୍ ସହ ଦଶମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ପାଞ୍ଚଟି ମ୍ୟାଚ୍‌ରୁ ୨ଟି ବିଜୟ ଓ ଦୁଇଟି ଡ୍ର  ସହ ଗୋଆ ୮ ପଏଣ୍ଟ୍ ପାଇ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ଏହି ମ୍ୟାଚ୍‌ରେ ଗୋଆ ଖେଳାଳିମାନେ ପ୍ରଭାବ ବିସ୍ତାର କରି ଖେଳିଥିଲେ । ଦଳର ଖେଳାଳିମାନେ ୬୭୯ଟି ପାସ୍ ଦେଇଥିବା ବେଳେ ସେଥି ମଧ୍ୟରୁ ୮୦ ପ୍ରତିଶତ ସଫଳ ଥିଲା । ତେବେ ଓଏଫ୍‌ସି ଗୋଲ୍‌କିପର୍ ଅର୍ଶଦୀପ ସିଂ ସଜାଗ ଥିବାରୁ ଗୋଆ ଦଳର ବିଜୟ ବ୍ୟବଧାନ ବେଶ୍ କମ୍ ରିହଥିଲା । ପ୍ରଥମାର୍ଦ୍ଧର ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା କୌଣସି ଗୋଲ୍ ହୋଇ ନ ଥିଲେ ହେଁ ଅତିରିକ୍ତ ସମୟର ଦ୍ୱିତୀୟ ମିନିଟ୍‌ରେ ସ୍ପେନୀୟ ଖେଳାଳି ଆଙ୍ଗୁଲୋ ଜୋନାଥନ୍ ପ୍ରାଟଙ୍କଠାରୁ ପାଇଥିବା ପାସ୍‌କୁ ଗୋଲ୍‌ରେ ପରିଣତ କରି ପ୍ରତିଯୋଗିତାରେ ତାଙ୍କର ଷଷ୍ଠ ଗୋଲ୍ ସ୍କୋର୍ କରିଥିଲେ ।

https://youtu.be/euavYpL2A_Y

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking