29.1 C
Bhubaneswar
Monday, May 6, 2024
Homeଖେଳଆଜି ଆଇପିଏଲର ଶେଷ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଳୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମୁହାଁ ମୁହିଁ

ଆଜି ଆଇପିଏଲର ଶେଷ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଳୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମୁହାଁ ମୁହିଁ

ଦୁବାଇ : ଆଜି ଆଇପିଏଲର ଶେଷ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଳୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଉଭୟ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିସାରିଥିବାରୁ ଏହି ମ୍ୟାଚ୍‌ର ଫଳାଫଳ ବିଶେଷ ଗୁରୁତ୍ୱ ରଖିବ ନାହିଁ । କେବଳ ଉପଯୁକ୍ତ ଅଭ୍ୟାସ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଉଭୟ ପରସ୍ପରକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ବୁଧବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ସନରାଇଜର୍ସ ଠାରୁ ପରାଜିତ ହୋଇଥିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ । ଏହି ଅପ୍ରତ୍ୟାଶିତ ପରାଜୟ ପରେ ଖେଳାଳିମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି । ଆଜି ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବା ସହ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଜିତି ମନୋବଳ ଦ୍ୱିଗୁଣିତ କରିବାକୁ ରୟାଲ ଚ୍ୟାଲେଞ୍ଜର୍ସ ପ୍ରୟାସ କରିବ । ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ପ୍ଲେ-ଅଫ୍‌ ପାଇଁ ମ୍ୟାଚ୍‌ ଉପଯୁକ୍ତ ଅଭ୍ୟାସ ଯୋଗାଇବ । ଦଳର ପ୍ରତ୍ୟେକ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ମାର୍କସ ଷ୍ଟଇନିସ ଆହତ ଥିଲେ ହେଁ ଏହା ଦଳକୁ ପ୍ରଭାବିତ କରିବ ନାହିଁ ।

ପ୍ଲେ ଅଫ୍‌ରେ ପ୍ରବେଶ କରି ସାରିଥିଲେ ମଧ୍ୟ ଗତମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦଠାରୁ ହାରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପ୍ରଥମ ଦୁଇ ସ୍ଥାନରେ ଲିଗ୍ ଅଭିଯାନ ଶେଷ କରିବାର ସୁଯୋଗ ଏକପ୍ରକାର ହାତଛଡ଼ା କରିସାରିଛି। ଅବଶ୍ୟ ଦ୍ବିତୀୟ ସ୍ଥାନରେ ଥିବା ଚେନ୍ନାଇ ସୁପରକିଙ୍ଗ୍ସ ଅପ୍ରତ୍ୟାଶିତ ଭାବେ ହ୍ୟାଟ୍ରିକ୍ ପରାଜୟ ବରଣ କରିବା ପରେ କିନ୍ତୁ ଦ୍ବିତୀୟ ସ୍ଥାନକୁ ଯିବା ଲାଗି ଆର୍‌ସିବି ହାତରେ ଛୋଟକାଟିଆ ସୁଯୋଗ ଉପନୀତ ହୋଇଛି। ଚେନ୍ନାଇ ୯ ବିଜୟ ସହ ୧୮ ପଏଣ୍ଟ୍‌ରେ ଲିଗ୍ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ଗୋଟିଏ ମ୍ୟାଚ୍ ହାତରେ ଥାଇ ଆର୍‌ସିବି ୧୬ ପଏଣ୍ଟ୍‌ରେ ରହିଛି। ଏଣୁ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କଲେ ଏହି ଦଳ ଚେନ୍ନାଇକୁ ତୃତୀୟ ସ୍ଥାନକୁ ହଟାଇ ଦେଇପାରେ। ଏଥିଲାଗି ଆର୍‌ସିବିକୁ ନିଜ ନେଟ୍‌ ରନ୍‌ରେଟ୍‌ରେ (ଯାହାକି ଏବେ -୦.୧୫୯ ରହିଛି) ଯଥେଷ୍ଟ ଉନ୍ନତି ଆଣିବାକୁ ହେବ। କାରଣ ଏହି ‌କ୍ଷେତ୍ରରେ ଚେନ୍ନାଇ (୦.୪୫୫) ଯଥେଷ୍ଟ ଆଗରେ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking