40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦେଶର ୯ ଜଣ ବିଚାରପତିଙ୍କୁ ୫ଟି ହାଇକୋର୍ଟରେ ନିଯୁକ୍ତି ପ୍ରଦାନ

ଦେଶର ୯ ଜଣ ବିଚାରପତିଙ୍କୁ ୫ଟି ହାଇକୋର୍ଟରେ ନିଯୁକ୍ତି ପ୍ରଦାନ

ନୂଆଦିଲ୍ଲୀ : ଦେଶର ୯ ଜଣ ବିଚାରପତିଙ୍କୁ ୫ଟି ହାଇକୋର୍ଟରେ ନିଯୁକ୍ତି ପ୍ରଦାନ କରାଯିବା ନେଇ ଗୁରୁବାର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଗତ ମାସରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଦ୍ବାରା ବିଭିନ୍ନ ହାଇକୋର୍ଟ​‌ରେ ଖାଲିଥିବା ପଦବୀରେ ନିଯୁକ୍ତି ପାଇଁ କିଛି ବିଚାରପତୀଙ୍କ ନାଁ ସୁପାରିଶ କରାଯାଇଥିଲା । ଗତ ଅଗଷ୍ଟ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଦ୍ବାରା ୧୦୦ରୁ ଉର୍ଦ୍ଧ୍ବ ବିଚାରପତିଙ୍କ ନାଁ ସୁପାରିଶ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨ ଟି ହାଇକୋର୍ଟରେ ୬୮ ଜଣ ବିଚାରପତିଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ନାଁ ପଠାଯାଇଥିଲା ।

ଏହି କ୍ରମରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୯ ଜଣ ବିଚାରପତିଙ୍କୁ ୫ଟି ହାଇକୋର୍ଟରେ ନିଯୁକ୍ତି କରାଯିବା ନେଇ ସୂଚନା ପ୍ରକାଶ ପାଇଛି । ତନ୍ମଧ୍ୟରୁ ୪ ଜଣ ବିଚାରପତିଙ୍କୁ ଝାରଖଣ୍ଡ ହାଇକୋର୍ଟରେ ନିଯୁକ୍ତି ମିଳିଥିବା ବେଳେ ୨ ଜଣଙ୍କୁ ପାଟନା ହାଇକୋର୍ଟରେ ନିଯୁକ୍ତି ପାଇଁ ସୂଚନା ପ୍ରକାଶ ପାଇଛି । ସେହିପରି କେରଳ ହାଇକୋର୍ଟ, ମଧ୍ୟ ପ୍ରଦେଶ ହାଇକୋର୍ଟ ଏବଂ ଛତିଶଗଡ ହାଇକୋର୍ଟ ପାଇଁ ଜଣେ ଲେଖାଏଁ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଆଡଭୋକେଟ ଜେନେରାଲ ଅଫ୍‌ ମଧ୍ୟ ପ୍ରଦେଶ ପ୍ରଦେଶ ପରୁଷୖନ୍ଦ୍ର କୁମାର କୌରବଙ୍କୁ ରାଜ୍ୟ ହାଇକୋର୍ଟର ଜଜ୍‌ ଭାବେ ନିଯୁକ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking