30.1 C
Bhubaneswar
Monday, May 6, 2024
Homeଖେଳଆସିଲା ଆଇପିଏଲ ପାଇଁ ନୂତନ ଗାଇଡଲାଇନ

ଆସିଲା ଆଇପିଏଲ ପାଇଁ ନୂତନ ଗାଇଡଲାଇନ

ନୂଆଦିଲ୍ଲୀ : ଆଇପିଏଲ ୨୦୨୧କୁ ନେଇ ବିସିସିଆଇ ନୂଆ ଗାଇଡଲାଇନ ଜାରି କରିଛନ୍ତି । ୯ ଏପ୍ରିଲରୁ ଏହି ବର୍ଷର ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ଯଦି କୌଣସି ଖେଳାଳୀ ଆଇପିଏଲ ମ୍ୟାଚ ମଧ୍ୟରେ କୋରନା ପ୍ରଭାବିତ ହେଉଛନ୍ତି ତେବେ କ’ଣ କରିବାକୁ ହେବ ଏନେଇ ବିସିସିଆଇ ଟିମ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଭାରତୀୟ କ୍ରିକଟ କଣ୍ଟ୍ରୋଲ ବୋର୍ଡ , ଆଇପିଏଲର ୧୪ ସଂସ୍କରଣର ଆରମ୍ଭ ପୁର୍ବରୁ ପ୍ରତି ଟିମକୁ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ବନାଯାଇଥିବା ଏସଓପି ବିଷୟରେ ଅବଗତ କରାଇଛନ୍ତି ।

ବିିସିସିଆଇ ପ୍ରତ୍ୟେକ ଟିମ୍‌କୁ ସୂଚାଇଛନ୍ତି ଯେ, ଆଇପିଏଲ ମଧ୍ୟରେ କୌଣସି ଖେଳାଳୀକୁ କୋରନା ଟୀକାକରଣ କରାଯିବ ନାହିଁ । ଯଦି କୌଣସି ଖେଳାଳୀ ବା ଅନ୍ୟ ବ୍ୟକ୍ତି କୋରନାରେ ସଂକ୍ରମିତ ହେଉଛନ୍ତି ତେବେ ତାଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ହେବ । କୋରନା ଟେଷ୍ଟର ନେଗେଟିଭ ରିପୋଟ ଆସିବା ପରେ ହିଁ ବାୟୋ ବବଲକୁ ପ୍ରବେଶ ମିଳି ପାରିବ । ବବଲ ଇଣ୍ଟିଗ୍ରିଟି ମ୍ୟାନେଜର ଏହି ପ୍ରକିୟା ଉପରେ କଡା ନଜର ରଖିବେ । ଯଦି କୌଣସି ବ୍ୟକ୍ତି ନିୟମର ଉଲଘଂନ କରେ ତେବେ ସେ ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ କରିବେ ।

ଏହା ମଧ୍ୟ କୁହାଯାଇଛି ଯେ ଟୁର୍ଣ୍ଣାମେଣ୍ଟପୁର୍ବରୁ ଯଦି ଭ୍ୟାକସିନ ଲଗାଇଥାନ୍ତି ତେବେ ମଧ୍ୟ ତାଙ୍କୁ ଆଇସେଲେସନରେ ରହିବାକୁ ପଡିବ ଓ ଟେଷ୍ଟିଂ ପ୍ରକ୍ରିୟା କରାଇବାକୁ ହେବ । ଏହି ଏସଓପି ଅନୁସାରେ ବିସିସିଆଇ ଆଇପିଏଲ ପାଇଁ ମୋଟ ୧୨ ଟି ବାୟୋ ବବଲ ବନାଇବ । ଆଇପିଏଲ ଏଥର ଭାରତରେ ଅନୁଷ୍ଠିତ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ବୋର୍ଡ , ନିୟମକୁ କଡାକଡି କରିଛି ।

ଗାଇଡଲାଇନ ଅନୁସାରେ କୌଣସି ବ୍ୟକ୍ତିକୁ ଆଇପିଏଲ ବାୟୋ ବବଲରେ ପ୍ରବେଶ ପୁର୍ବରୁ ୭ ଦିନ କ୍ୱାରେନଣ୍ଟାଇନରେ ରହିବାକୁ ପଡିବ ।
କିନ୍ତୁ ଭାରତ ଓ ଇଂଲଣ୍ଡ ଟିମ ଖେଳାଲୀଙ୍କୁ ଏହି ପ୍ରକିୟାରୁ ବାଦ ଦିଆଯାଇଛି । ସେମାନେ ସିଧା ସଳଖ ଫ୍ରାଞ୍ଚାଇଜର ବାୟୋବବଲକୁ ଆସି ପାରିବେ । ଏହି ସମୟରେ ୨ଟି ଟିମ ସିରିଜ ଖେଳୁଥିବାରୁ ତାଙ୍କୁ ଏହି କ୍ୱାରେନଣ୍ଟାଇନ ପ୍ରକ୍ରିୟାରୁ ବାଦ ଦିଆଯାଇଛି ।

ତେବେ ଗତବର୍ଷ ଦୁବାଇରେ ଆଇପିଏଲ ଅନୁଷ୍ଠିତ ହୋଇଥିଲା ବେଳେ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking