32.1 C
Bhubaneswar
Thursday, May 2, 2024
Homeଓଡିଶାଅଖିଳ ଭାରତ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ 136ତମ କଂଗ୍ରେସ ର ପ୍ରତିଷ୍ଠା ଦିବସ...

ଅଖିଳ ଭାରତ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ 136ତମ କଂଗ୍ରେସ ର ପ୍ରତିଷ୍ଠା ଦିବସ ଓ ଆଲୋଚନା ଚକ୍ର

ଯାଜପୁର : ଯାଜପୁର ଜିଲ୍ଲା ଅଖିଳ ଭାରତ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ସ୍ଥାନୀୟ କାର୍ଯ୍ୟାଳୟ ଠାରେ 136ତମ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା !ଆଲୋଚନା ଚକ୍ର ପ୍ରାରମ୍ଭରେ ସମବେତ ଜିଲ୍ଲା ନେତୃତ୍ୱ ଙ୍କ ଉପସ୍ଥିତି ରେ ପାର୍ଟିର ପତାକା ଉତୋଳନ ଓ ରାମ ଧୁନ ଗାନ କରାଯାଇଥିଲା !ପତାକା ଉତ୍ତୋଳନ କରି ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି କହିଲେ କି କଂଗ୍ରେସ ଦଳର ଗଠନ ଓ ଆଦର୍ଶ ହିଁ ସଂଘର୍ଷ ଓ ଆନ୍ଦୋଳନ ରୁ ଜନ୍ମ !ଆଜି ଦେଶର ବିଛିନତାବାଦୀ ଶକ୍ତି ଓ ବଡ଼ ବଡ଼ ପୁଞ୍ଜିପତି ଙ୍କ ଦ୍ୱାରା ସମ୍ବିଧାନ ପରିଚାଳିତ ହେବାରୁ କୃଷକ, ଶ୍ରମିକ, ମହିଳା ଓ ବେକାରୀ ଯୁବକ ମାନଙ୍କ ଭବିଷ୍ୟତ ଏକ ଅନ୍ଧକାର ମଧ୍ୟ ଦେଇ ଗତି କରୁଛି !ଆମେ ସଂକଳ୍ପ ପ୍ରତିଜ୍ଞା ଅହିଂସା କୁ ଆଧାର କରି ଆଗାମୀ ଦିନରେ ଦଳକୁ ସଂଗଠିତ କରିବାକୁ ପଡିବ ବୋଲି ଶ୍ରୀ ମହାନ୍ତି ଆହ୍ୱାନ କରିଥିଲେ !ପରେ ପରେ ଜିଲ୍ଲାର ନେତୃତ୍ୱ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା !ସଭାର ଆରମ୍ଭ ରେ କଂଗ୍ରେସ ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ, ମୋତିଲାଲ ବୋରା ସମେତ ବହୁ ଜାତୀୟ, ରାଜ୍ୟ ଓ ନିକଟରେ 33ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ ରେ 35ରୁ ଉର୍ଦ୍ଧ ସହିଦ ହୋଇଥିବା କୃଷକ ନେତା ଙ୍କ ସ୍ମରଣ ରେ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା !ଏହି ସଭାରେ ବରିଷ୍ଠ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ବରିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, କୋରେଇ ବ୍ଲକ ସଭାପତି ଅଜୟ କୁମାର ଦାସ, ନରହରି ବେହେରା, ସତ୍ୟପ୍ରକାଶ କଅଁର, ଅମୁଲ୍ୟ ଦାସ, ଜେମାମଣୀ କୁଅଁର, ଅଭିମନ୍ୟୁ ପାତ୍ର, ବାଇଧର ମଳିକ, ପ୍ରଦୀପ ବଳ, ଅଭିନ ମଳିକ, ଲକ୍ଷ୍ମୀଧର ପାତ୍ର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି କହିଲେ କି 1885ମସିହାରେ ଜାତୀୟ ସ୍ତରରେ 72ଜଣ ନେତୃତ୍ୱ ଙ୍କୁ ନେଇ ଗଠିତ ଭାରତୀୟ ଜାତୀୟ କଂଗ୍ରେସ ର ପ୍ରଥମ ସଭାପତି ଉମେଶ ଚନ୍ଦ୍ର ବାନାର୍ଜୀ ଙ୍କ ଠାରୁ ଆରମ୍ଭ କରି ବର୍ତମାନ ର ଅଖିଳ ଭାରତୀୟ କଂଗ୍ରେସ କମିଟି ର ସଭାପତି ସୋନିଆ ଗାନ୍ଧୀ ପର୍ଯ୍ୟନ୍ତ ଦେଶ ଓ ଜାତି ପାଇଁ ବହୁ ବରିଷ୍ଠ ଓ କନିଷ୍ଠ ନେତୃତ୍ୱ ଙ୍କ ପରାକାଷ୍ଠା ଓ ତ୍ୟାଗ ଯୋଗୁଁ କଂଗ୍ରେସ ତାର ଆଦର୍ଶ କୁ ଉଜ୍ଜୀବିତ କରି ରଖିଛି !ଭାରତୀୟ ଜାତୀୟ କଂଗ୍ରେସ ଗଠନ ର 100ବର୍ଷ ପରେ ଜନ୍ମ ନେଇଥିବା ବି ଜେ ପି ଇଂରେଜ ଶାସନରେ ଯାହା ଘଟି ନଥିଲା ତାହା ବର୍ତମାନ ର ସରକାର ଅଣ ସାମ୍ବିଧାନିକ ଭାବେ ଗୋଟେ ପରେ ଗୋଟେ ଆଇନ ପ୍ରଣୟନ କରିବାର ମୁଖ୍ୟ ନାୟକ ରୂପେ ଆଦାନୀ, ଅମ୍ବାନୀ, ୱାଲ ମାର୍ଟ, ଆମଜାନ ଓ ଫ୍ଲିପ କାର୍ଟ ମାନଙ୍କ ଦ୍ୱାରା ପରିଚାଳିତ ମୋଦି ସରକାର ବିରୁଦ୍ଧରେ ସଂଘର୍ଷ ଓ ଆନ୍ଦୋଳନ ର ଉପଯୁକ୍ତ ସମୟ ଆସିଛି ଯାହା ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ର ରୂପ ଦେବାକୁ ପଡିବ ବୋଲି ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ରେ ପ୍ରକାଶ କରିଥିଲେ !ନଚେତ ଦେଶର ଏକ ଚାଟିଆ ପୁଞ୍ଜିପତି ଶିଳ୍ପପତି ଓ ମୁନାଫା ଖୋର ବ୍ୟବସାୟୀ ମାନେ ସମ୍ବିଧାନ କୁ ପରିବର୍ତନ କରି କୃଷକ, ଶ୍ରମିକ, ମହିଳା, ଦଳିତ ଓ ବେକାରୀ ଯୁବକ ନିଜ ନିଜର ସ୍ୱାଧୀନତା ହରାଇବେ ବୋଲି 136ତମ ପ୍ରତିଷ୍ଠା ଦିବସ ରେ ଦୃଢୋକ୍ତି ପ୍ରକାଶ କରିଥିଲେ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking