37.1 C
Bhubaneswar
Friday, May 17, 2024
Homeଓଡିଶାଏନ ଏଚରେ ଶୋଇଲେ ଚାଷୀ ଗାଡ଼ି ଚଳାଚଳ ଠପ

ଏନ ଏଚରେ ଶୋଇଲେ ଚାଷୀ ଗାଡ଼ି ଚଳାଚଳ ଠପ

ମୟୂରଭଞ୍ଜ – ଧାନମଣ୍ଡିରେ ମିଲରଙ୍କ ମେରିରାୟ ସାଙ୍ଗକୁ କଟନି ଛଟନିକୁ ନେଇ ଚାଷୀ ଅସନ୍ତୋଷ ତୀବ୍ର ହୋଇଛି।ମିଲରଙ୍କ ଶୋଷଣ ନୀତିରେ ଅତିଷ୍ଠ ଚାଷୀ। ପ୍ରତିବାଦରେ ଜାତୀୟ ରାଜପଥ ଉପରେ ଶୋଇ ଅବରୋଧ କଲେ ଚାଷୀ।ଆଜି ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲାର ବମ୍ବେଛକ-ବାରିପଦା 49 ନମ୍ବର ଜାତୀୟରାଜପଥର କୁଳିଅଣା ଠାରେ ଆନ୍ଦୋଳନକୁ ଅହ୍ଲାଇଲେ ଚାଷୀ। ମଣ୍ଡିରେ ଧାନ କିଣିବା ନାମରେ ମିଲର ମନଇଚ୍ଛା ଭାବେ କ୍ୱିଣ୍ଟାଲ ପିଛା ୫/୧୦କେଜି ଧାନ କାଟିବା ଭଳି ଚାଷୀଙ୍କ ଭିତରେ ଥିବା ଚାପା ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଥିଲା। ରାଜପଥ ଅବରୋଧ ସହିତ ରାସ୍ତାରେ ଶୋଇ ଚାଷୀ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଦିନକୁଦିନ ବିଭିନ୍ନ ମଣ୍ଡିରେ ଚାଷୀଙ୍କୁ କରାଯାଉଥିବା ଶୋଷଣ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଚାଷୀମାନେ ଆଜି ରାଜରାସ୍ତାରେ ପ୍ରତିବାଦ କରିଛନ୍ତି। ଏମିତି କି ବିଭିନ୍ନ ଆଳରେ କ୍ୱିଣ୍ଟାଲ ପିଛା ୫-୧୦ କେଜି ପର୍ଯ୍ୟନ୍ତ ଧାନ କଟିଂ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀମାନେ । ତେବେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଦୀର୍ଘସମୟ ଧରି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ ହୋଇଥିବା ଦେଖିବାକୁ ମିଳିଥିଲା । ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଖବରପାଇ ଘଟଣାସ୍ଥଳରେ କୁଳିଅଣା ପୋଲିସ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କ ସହ ଆଲୋଚନା କରି ବୁଝାଶୁଝା ଉଦ୍ୟମ କରି ବିଫଳ ହୋଇଥିଲା ବେଳେ ପରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଚାଷୀଙ୍କ ଆନ୍ଦୋଳନ ଦୀର୍ଘ 2 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜାରୀ ରହିଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଆଲୋଚନା ପାଇଁ ପହଁଚି ନଥିବାରୁ ସମସ୍ୟା ସମାଧାନ ହୋଇ ପାରୁନି ବୋଲି କିଛି ଚାଷୀ କହିଛନ୍ତି। ମଣ୍ଡି ଆରମ୍ଭରୁ ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି ବୋଲି କହିଛନ୍ତି କିଛି ଚାଷୀ । ମିଲରଙ୍କ ମନମୁଖୀ କାଟଛାଟ ନିୟନ୍ତ୍ରଣ କରି ଚାଷୀଙ୍କୁ ଶୋଷଣ ମୁକ୍ତ କରିବା ଦିଗରେ ସରକାର ଦୀର୍ଘଦିନରୁ କୌଣସି ସ୍ଥାୟୀ ସମାଧନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ତେବେ କୁଳିଅଣା ପୋଲିସ ରାସ୍ତା ଅବରୋଧ କରିଥିବା ଚାଷୀ ପ୍ରାଣବନ୍ଧୁ ଦଳାଇ,ହରିଚନ୍ଦନ ଦାସ, ମଙ୍ଗଲ ଚଦ୍ର ସିଂ, ଗୋବିନ୍ଦ ମାରାଣ୍ଡି, ପ୍ରହଲ୍ଲାଦ ନାୟକ,ରବୀନ୍ଦ୍ର କର,ଦେବେନ୍ଦ୍ର ନାଥ ନାୟକ ପ୍ରମୁଖଙ୍କୁ ବଳ ପୂର୍ବକ ଘୋଷାରି ଘୋଷାରି ନେଇ ଗାଡିକୁ ଉଠାଇ ଆଣି ଥିଲା ପୋଲିସ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking