31.1 C
Bhubaneswar
Tuesday, May 7, 2024
Homeଓଡିଶାସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମୂହ ଦ୍ୱାରା ୪ ଟି ଲେବର କୋର୍ଡ଼କୁ ବିରୋଧ ଏବଂ...

ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମୂହ ଦ୍ୱାରା ୪ ଟି ଲେବର କୋର୍ଡ଼କୁ ବିରୋଧ ଏବଂ ରାଜ ରାସ୍ତାରେ ଆହ୍ୱାନ

ଭୁବନେଶ୍ୱର : ଦେଶର ସମସ୍ତ କେନ୍ଦ୍ରୀୟ ସଂଗଠନ ମାନଙ୍କର ଆହ୍ୱାନ କ୍ରମେ ଆମ ରାଜ୍ୟରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ
(ଆଇ.ଏନ୍‌.ଟି.ୟୁ.ସି.,ଏଚ.ଏମ୍‌.ଏସ୍‌.,ଏ.ଆଇ.ଟି.ୟୁ.ସି.,ସି.ଆଇ.ଟି.ୟୁ.,ଏ.ଆଇ.ୟୁ.ଟି.ୟୁ.ସି.,
ଏ.ଆଇ.ସି.ସି.ଟି.ୟୁ.,ଟି.ୟୁ.ସି.ସି., ସେୱା) ମାନଙ୍କ ଦ୍ୱାରା ଆଜି ମାଷ୍ଟର କ୍ୟାଂଟିନ୍ ଛକରେ କେନ୍ଦ୍ର ସରକାରଙ୍କ
ଦ୍ୱାରା ୪୪ଟି ଶ୍ରମ ଆଇନକୁ ବାତିଲ କରି ୪ ଟି ଲେବର କୋଡ଼୍‌ରେ ଏକ ତରଫା ଭାବେ ବିନା ଆଲୋଚନାରେ
ପାର୍ଲାମେଂଟରେ ପାସ୍ କରିଥିବା କୁ ବିରୋଧ କରି ତାକୁ ସର୍ବ ସମୂଖରେ ଦାହ କରାଗଲା । ଅନ୍ୟ ପକ୍ଷରେ ଦୀର୍ଘ
୬୫ ଦିନ ଧରି ଦେଶର ଲକ୍ଷ ଲକ୍ଷ କୃଷକଙ୍କ ଆନ୍ଦୋଳନକୁ ମଧ୍ୟ କେନ୍ଦ୍ରୀୟ ସଂଗଠନମାନେ ସମର୍ଥନ କରିବା
ସହ କେନ୍ଦ୍ର ସରକାର ତୁରନ୍ତ କୃକ ବିରୋଧି ୩ ଟି ବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଥିଲା ।
ଉକ୍ତ ସମାବେଶରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି, ଓଡ଼ିଶା
ଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ସାଧାରଣ ସଂପାଦକ – କିଶୋର ଜେନା,
ଉପସଭାପତି – ମଦନ ମୋହନ ଧଳ, ପ୍ରଶାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, କୋଷାଧ୍ୟକ୍ଷ – ଧରଣୀଧର
ସ୍ୱାଇଁ, ଯୁବ ଆଇ.ଏନ୍‌.ଟି.ୟୁ.ସିର ସଭାପତି ସତ୍ୟବ୍ରତ ନାୟକ, ଯୁଗ୍ମ ସାଧାରଣ ସଂପାଦକ – ଅକ୍ଷୟ କୁମାର
ତ୍ରିପାଠୀ, ସଂଜୀବ ମହାନ୍ତି, ସୁକୁମାର ଦେଓ, ସିଲି ସେଠୀ, ମାନସ ରଞ୍ଜନ ପାତ୍ର, ସିଲି ସେଠୀ, ତପତୀ ଦତ,
ସାଗରୀକା ବାରିକ, ସ୍ନିଗ୍ଧାସେଫାଳୀ, ଜୟନ୍ତୀ ପୃଷ୍ଠୀ, ମଂଟୁ ମଲ୍ଲିକ, ଏସ୍‌. ଜଗା ରାଓ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking