39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆନ୍ତର୍ଜାତିକ ମହିଳା ଦିବସରେ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି କୋବିନ୍ଦ

ଆନ୍ତର୍ଜାତିକ ମହିଳା ଦିବସରେ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି କୋବିନ୍ଦ

ଭୁବନେଶ୍ୱର : ଆଜି ଆନ୍ତର୍ଜାତିକ ମହିଳା ଦିବସ। ବିଶ୍ୱରେ ଲିଙ୍ଗଗତ ସମତା ସ୍ଥାପନ ଏବଂ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ନ୍ୟାୟୋଜିତ ସୁବିଧା ସୁଯୋଗ ପ୍ରଦାନ ଏହି ଦିବସ ପାଳନର ଲକ୍ଷ୍ୟ। ଜାତିସଂଘ ନିଷ୍ପତ୍ତିକ୍ରମେ ମାର୍ଚ୍ଚ ୮ ତାରିଖ ପ୍ରତିବର୍ଷ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି। ଚଳିତବର୍ଷ ଏହି ଦିବସ ପାଳନର ବାର୍ତ୍ତା ହେଉଛି ‘ମୁଁ ସମତାର ପିଢ଼ି : ମହିଳାଙ୍କ ଅଧିକାର ସାବ୍ୟସ୍ତ କରୁଛି।’ ।
ଆଜି ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ। ଏହି ରାଷ୍ଟ୍ରୀୟ ପୁରସ୍କାର ପ୍ରତିବର୍ଷ ମହିଳା ସଶକ୍ତିକରଣ ଏବଂ ବଞ୍ଚିତ ତଥା ଉପେକ୍ଷିତ ମହିଳାଙ୍କ ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ, ଗୋଷ୍ଠୀ ଓ ସଂଗଠନକୁ ପ୍ରଦାନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରୀଶକ୍ତି ପୁରସ୍କାରପ୍ରାପ୍ତ ମହିଳାମାନଙ୍କୁ ଆଜି ନୂଆଦିଲ୍ଲୀଠାରେ ତାଙ୍କ ବାସଭବନରେ ଭେଟି ଆଲୋଚନା କରିବେ। ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ କେତେକ ସଫଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ।
https://onakhabar.com/2020/03/08/horoscope-53/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking