39.1 C
Bhubaneswar
Friday, April 26, 2024
Homeଓଡିଶାରାଜଧାନୀରେ ଖସୁଛି ସଂକ୍ରମଣ ହାର : ଫୋକସରେ ବସ୍ତି, ବଢ଼ିବ ଟେଷ୍ଟିଂ

ରାଜଧାନୀରେ ଖସୁଛି ସଂକ୍ରମଣ ହାର : ଫୋକସରେ ବସ୍ତି, ବଢ଼ିବ ଟେଷ୍ଟିଂ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି ଦୈନିକ ସଂକ୍ରମଣ । ଏବେ ସହରରେ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ଏଣିକି ବସ୍ତି ଉପରେ ବିଏମ୍‌ସି ଫୋକସ୍ କରିବ । ହସ୍ପିଟାଲ ସମେତ ସବୁ ବସ୍ତିରେ ଘର ଘର ବୁଲି କୋଭିଡ୍ ଟେଷ୍ଟି କରାଯିବ । ପିଲାଙ୍କ ଠାରୁ ବୟସ୍କ ସମସ୍ତଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ । ଯେଉଁମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ନଜରକୁ ଆସେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯିବା ସହ ଆବଶ୍ୟକ ସ୍ଥଳେ ନାଗରିକଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଲୋକଙ୍କ ଯାଞ୍ଚ କରିବାକୁ କୁହାଯାଇଥିବା ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking