36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶସୁନା ମୂଲ୍ୟ ବୃଦ୍ଧି ପାଇଁ ଭାରତୀୟ ଦାୟୀ: ରିପୋର୍ଟ

ସୁନା ମୂଲ୍ୟ ବୃଦ୍ଧି ପାଇଁ ଭାରତୀୟ ଦାୟୀ: ରିପୋର୍ଟ

ନୂଆଦିଲ୍ଲୀ : ଭାରତ ସମେତ ସମଗ୍ର ଏସିଆ ମହାଦେଶରେ ବେଶ୍ କିଛି ଦିନ ଧରି କ୍ରମାଗତ ଭାବେ ସୁନା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସମୟରେ ସୁନା ମୂଲ୍ୟ ଭାରତରେ ୭୧ହଜାର ଅତିକ୍ରମ କରିଛି । ତେବେ ସୁନାମୂଲ୍ୟ ଏପ୍ରକାର ଅହେତୁକ ଭାବେ ବୃଦ୍ଧି ପାଇବା ସମ୍ପର୍କରେ ଗୋଲ୍ଡମ୍ୟାନ ସାକ୍ସ ପକ୍ଷରୁ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଗୋଲ୍ଡମ୍ୟାନ୍ ସାକ୍ସ ରିପୋର୍ଟ ଅନୁସାରେ ଏସିଆ ମହାଦେଶରେ ସୁନା ମୂଲ୍ୟ ଏପ୍ରକାର ଅକସ୍ମାତ ବୃଦ୍ଧି ପାଇଁ ଅନେକ କାରଣ ରହିଛି ।

କିନ୍ତୁ, ଏସବୁ କାରଣ ମଧ୍ୟରେ ମୁଖ୍ୟ କାରଣ ହେଉଛି ଭାରତରେ ସୁନା ଓ ସୁନା ଅଳଙ୍କାରର ଚାହିଦା ମାତ୍ରାଧିକ ଭାବେ ବୃଦ୍ଧି ପାଇବା । ଭାରତ ସମେତ ସମଗ୍ର ଏସିଆ ମହାଦେଶର ଲୋକମାନେ ସୁନା ଅଳଙ୍କାର ପ୍ରତି ସେମାନଙ୍କ ଅହେତୁକ ମୋହ ତଥା ଲୋଭ ଯୋଗୁ ଏହି ସାମଗ୍ରୀକୁ ଲଗାତାର ଭାବେ କ୍ରୟ କରୁଛନ୍ତି । ଏହା ବ୍ୟତୀତ କିଛି ପ୍ରଗତିଶାଳୀ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ମଧ୍ୟ ବହୁ ପରିମାଣରେ ସୁନା କିଣୁଛନ୍ତି । ତେବେ ଏସବୁ ପ୍ରକ୍ରିୟା ସମଗ୍ର ବିଶ୍ୱସ୍ତରରେ ସୁନା ମୂଲ୍ୟକୁ ପ୍ରଭାବିତ କରୁଛି ଏବଂ ସୁନାର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । କେବଳ ଗତ ଦୁଇ ମାସ ମଧ୍ୟରେ ସୁନା ମୂଲ୍ୟ ପ୍ରାୟ ୧୧%ରୁ ୧୭%ରୁ ଅଧିକ ବୃଦ୍ଧି ପାଇଛି ବୋଲି ଗୋଲ୍ଡମ୍ୟାନ୍ ସାକ୍ସ ରିପୋର୍ଟରେ ଦର୍ଶାଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ବିଶେଷ ଭାବେ ପରିଲକ୍ଷିତ ହୋଇଛି ।

ଗୋଲ୍ଡମ୍ୟାନ ସାକ୍ସର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଏତେ ଅଧିକ ସୁନା ବଜାର ପାଇଁ ଉପଯୁକ୍ତ ନୁହେଁ । ସାଧାରଣତଃ ସୁନା, ମୁଦ୍ରା ଏବଂ ରିଏଲ ଇଷ୍ଟେଟ ଏକତ୍ର ଲିଙ୍କ୍ ହୋଇଥିବା ଦେଖାଯାଏ । ଏଥିମଧ୍ୟରୁ ଯେକୌଣସି ଗୋଟିଏର ଶୀଘ୍ର ବୃଦ୍ଧି କିମ୍ବା ପତନ ଅନ୍ୟମାନଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ । ଏତଦ୍‌ବ୍ୟତୀତ ମଧ୍ୟପ୍ରାଚ୍ୟରେ ଏବେ ସୃଷ୍ଟି ହୋଇଥିବା ଯୁଦ୍ଧ ଆଶଙ୍କା ସାଙ୍ଗକୁ ବିଶ୍ୱସ୍ତରରେ ରାଜନୈତିକ କ୍ଷମତା ପରିବର୍ତ୍ତନ ମଧ୍ୟ ସୁନା ଦର ଉପରେ ପ୍ରଭାବ ପକାଇଛି । ଗୋଲ୍ଡମ୍ୟାନ୍ ସାକ୍ସ ରିପୋର୍ଟ ଅନୁସାରେ ଯଦି ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଆଶଙ୍କା ଏବଂ ଚାଲିଥିବା ଘମାସାନ ଲଢ଼େଇ ସବୁର ଶାନ୍ତିପୂର୍ଣ୍ଣ ସମାଧାନ ମିଳିବ, ତେବେ କେନ୍ଦ୍ରୀୟ ବ୍ୟାଙ୍କ ଏହାର କ୍ରୟ ହ୍ରାସ କରିବାକୁ ଚିନ୍ତା କରିପାରନ୍ତି । ଏପରି ହେଲେ ସୁନା ମୂଲ୍ୟ ସ୍ଥିର ହୋଇପାରେ । ଯଦି ଏହା ନହୁଏ ତେବେ ସୁନାର ମୂଲ୍ୟ ବୃଦ୍ଧି ପାଇବା ପ୍ରକ୍ରିୟା ଅସମ୍ଭାଳ ସ୍ଥିତି ଧାରଣ କରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking