34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶସ୍ତ୍ରୀକୁ ଆସୁନି ଇଂରାଜୀ; ଛାଡ଼ପତ୍ର ଦେବେ ସ୍ୱାମୀ

ସ୍ତ୍ରୀକୁ ଆସୁନି ଇଂରାଜୀ; ଛାଡ଼ପତ୍ର ଦେବେ ସ୍ୱାମୀ

ଲକ୍ଷ୍ନୌ: ୩ ମାସ ପୂର୍ବେ ହୋଇଥିଲା ପ୍ରେମ ବିବାହ । ଦୁହେଁ ଅଗ୍ନିକୁ ସାଖି ରଖି ସାତଜନ୍ମର ସାଥି ହୋଇଥିଲେ । ଦୁହିଁଙ୍କର ବୈବାହିକ ଜୀବନ ଖୁସିରେ ଚାଲିଥିଲା । ହେଲେ ଉଭୟଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହେଲା ଭାଷା । ଇଂରାଜୀ ନବୁଝିବାରୁ ପ୍ରେମରେ ତିକ୍ତତା ଆସିଥିଲା । ସ୍ତ୍ରୀକୁ ଆସୁନଥିଲା ଇଂରାଜୀ, ସ୍ୱାମୀକୁ ଆସୁନଥିଲା ହିନ୍ଦୀ । ଇଂରାଜୀରେ କଥା ହେବାକୁ ବାଧ୍ୟ କରିବାକୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଳହ । ସ୍ତ୍ରୀ ଅତିଷ୍ଠ ହୋଇ ବାପ ଘରକୁ ଚାଲି ଆସିଥିବା ବେଳେ ଏବେ ବାହାଘର ଭାଙ୍ଗିବା ଯାଏଁ କଥା ପହଞ୍ଚିଛି । ତାଜନଗରୀ ଆଗ୍ରାକୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ଏନେଇ ମହିଳାଙ୍କ ଅଭିଯୋଗ ଯେ, “୩ ମାସ ପୂର୍ବ ପ୍ରେମ ବିବାହ କରିଥିଲି । ଆମେ ଖୁସିରେ ଥିଲୁ, ସ୍ୱାମୀ ମଧ୍ୟ ଭଲପାଇବା ଦେଉଥିଲେ । କିନ୍ତୁ ଏବେ ୧୫ ଦିନ ହେବ ମୁଁ ବାପ ଘରେ ରହିଛି । କାରଣ ମୋତେ ଇଂରାଜୀରେ କଥା ହେବା ଆସୁ ନାହିଁ । ସ୍ୱାମୀ ମୋତେ ଇଂରାଜୀରେ କଥା ହେବା ପାଇଁ ବାଧ୍ୟ କରନ୍ତି, ମୁଁ ନକହି ପାରିଲେ ସେ ମୋ ସହ ଅଭଦ୍ରତା କରନ୍ତି । ଏହା ଦ୍ୱାରା ବିବାଦ ଦେଖାଯାଉଛି । “ତେବେ ଏହି ମାମଲା ଫ୍ୟାମିଲି କାଉନସିଲିଂ ସେଣ୍ଟରରେ ପହଞ୍ଚିଥିବା ବେଳେ ସ୍ୱାମୀ ସ୍ତ୍ରୀକୁ ରଖିବାକୁ ମନା କରିଦେଇଥିଲେ । ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇନଥିଲା । ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇନଥିଲା ।

ମହିଳାଜଣକ କମଳାନଗର ବାସିନ୍ଦା । ଏକ ବର୍ଷ ପୂର୍ବେ ଦକ୍ଷିଣ ଭାରତର ଜଣେ ଯୁବକ ଗୁରୁଗ୍ରାମର ଏକ ଘରୋଇ ବ୍ୟାଙ୍କରେ କାମ କରୁଥିଲେ । ସେ ତାଲିମ ପାଇଁ ଆଗ୍ରା ଆସିଥିଲେ । ଏହି ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠୁଥିଲା । ଏହାପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏହାପରେ ସାତଜନ୍ମର ସାଥି ହେବା ପାଇଁ ଭାବି ୩ ମାସ ପୂର୍ବ ପ୍ରେମ ବିବାହ କରିଥିଲେ । ବିବାହ ପୂର୍ବରୁ ହିନ୍ଦୀ ଭାଷାରେ ସବୁକିଛି ଠିକ ଚାଲିଥିଲା । ବର୍ତ୍ତମାନ ସ୍ୱାମୀକୁ ହିନ୍ଦୀ ପସନ୍ଦ ଆସୁନାହିଁ । ତେଣୁ ବିବାଦ ଆରମ୍ଭ ହୋଇଥିଲା । କେବଳ ଇଂରାଜୀ କହିବା ପାଇଁ ସ୍ୱାମୀ ଚାପ ପକାଉଥିବା ନେଇ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଯେତେବେଳେ ସ୍ତ୍ରୀ ହିନ୍ଦୀ କହୁଥିଲେ ସ୍ୱାମୀ ଅସଦାଚରଣ କରୁଥିବା କଥା ସେ କହିଛନ୍ତି । ସ୍ୱାମୀଙ୍କ କହିବା ଅନୁସାରେ, “ମୁଁ ଜଣେ ଦକ୍ଷିଣ ଭାରତୀୟ । ତେଣୁ ସଠିକ ଭାବେ ହିନ୍ଦୀ ଆସୁନାହିଁ । ତେଣୁ ସ୍ତ୍ରୀ ସହ କଥା ହେବା ଏବଂ ବୁଝିବାରେ ସମସ୍ୟା ହେଉଛି । ଏନେଇ ପରାମର୍ଶଦାତା ଅମିତ ଗୌଡ କହିଛନ୍ତି, ସ୍ୱାମୀ ତାଙ୍କ ପତ୍ନୀଙ୍କୁ କାଉନସେଲିଂରେ ନେବାକୁ ମନା କରୁଛନ୍ତି । କାଉନସିଲିଂ ସମୟରେ ସ୍ତ୍ରୀକୁ ଇଂରାଜୀ ଶିଖାଇବା ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ସେ ରାଜି ହୋଇନଥିଲେ । ଏହି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking