23.1 C
Bhubaneswar
Tuesday, March 19, 2024
Homeଇଣ୍ଡିଆନ୍ ସୁପରଲିଗ୍ -୨୦୨୩ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍‌ ସୁପର ଲିଗ୍‌

ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍‌ ସୁପର ଲିଗ୍‌

କୋଲ୍‌କାତା: ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣ ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ବେଙ୍ଗାଲୁରୁ ଓ କୋଲ୍‌କାତା‌ରେ ‘ମିଡିଆ ଡେ’ ଅନୁଷ୍ଠିତ ହୋଇଯାଇଛି। ବେଙ୍ଗାଲୁରୁରେ ୫ ଦଳ ଏବଂ କୋଲ୍‌କାତାରେ ୭ ଦଳ ଅଂଶଗ୍ରହଣ କରିଥିଲେ। କୋଲ୍‌କାତ‌ାରେ ଇଷ୍ଟ ବେଙ୍ଗଲ ଏଫ୍‌ସି, ନର୍ଥଇଷ୍ଟ ୟୁନାଇଟେଡ୍‌, ଓଡ଼ିଶା ଏଫ୍‌ସି, ପଞ୍ଜାବ ଏଫ୍‌ସି, ଜାମସେଦପୁର ଏଫ୍‌ସି, ମୋହନ ବାଗାନ ସୁପର ଜାଏଣ୍ଟସ୍‌ ଏଫ୍‌ସି ଓ କେରଳ ବ୍ଲାଷ୍ଟର୍ସ ଏଫ୍‌ସିର ‌ପ୍ରଶିକ୍ଷକ ଓ ଅଧିନାୟକମାନେ ଯୋଗ ଦେଇଥିଲେ। ସେମାନେ ନିଜ ନିଜ ଦଳର ଆଭିମୂଖ୍ୟ ବଖାଣିଥିଲେ। ଆଇଏସ୍‌ଏଲ୍‌ ସମୟରେ ଏସିଆଡ୍‌ ରହିଛି। ଉଭୟକୁ କିପରି ସନ୍ତୁଳନ କରିବେ ତାହା ଉପରେ ‌ପ୍ରଶିକ୍ଷକମାନେ ନିଜର ମତ ରଖିଥିଲେ। ଜାତୀୟ ସେବା ଲାଗି ଖେଳାଳିଙ୍କୁ ଏସିଆଡ୍‌ ଖେଳିବାକୁ ସୁଯୋଗ ଦେବାକୁ ସମସ୍ତେ ମତ ଦେଇଥିଲେ। ଏହି ସମୟରେ ରିଜର୍ଭ ଖେଳାଳିଙ୍କୁ ନେଇ ଖେଳିବାକୁ କହିଥିଲେ। ପ୍ରତ୍ୟେକ ଦଳରେ ଏକାଧିକ ଭଲ ଖେଳାଳି ଅଛନ୍ତି। ଏସିଆଡ୍‌ ପାଇଁ ଦଳର କିଛି ତାରକା ଓ ଯୁବ ଖେଳାଳି ଗଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି ପ୍ରଶିକ୍ଷକ କହିଥିଲେ। ଏସୀୟ କ୍ରୀଡ଼ା ଚଳିତ ମାସ ୨୩ରୁ ଆରମ୍ଭ ହେଉଥିଲା ବେଳେ ଏହା ପୂର୍ବରୁ ୧୯ରୁ ଭାରତ ଅଭିଯାନ ଆରମ୍ଭ କରିବ। ଉଭୟ ପ୍ରତିଯୋଗିତା ଏକକାଳୀନ ଖେଳାଗଲେ ମଧ୍ୟ ଆଇଏସ୍‌ଏଲ୍‌କୁ ଏସିଆଡ୍‌ ଫିକା କରିପାରିବନି ବୋଲି ‌ବୁଧବାର କୋଲ୍‌କାତାରେ ଆୟୋଜିତ ଆଇଏସ୍‌ଏଲ୍‌ ‘ମିଡିଆ ଡେ’ରେ ମତ ପ୍ରକାଶ ପାଇଛି। ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ପକ୍ଷରୁ ପ୍ରଶିକ୍ଷକ ସର୍ଜିଓ ଲୋବେରା, ଅହମଦ ଜାହୋଉ, ଅମ୍ରିନ୍ଦର ସିଂହ ଓ କାର୍ଲୋସ ଡେଲ୍‌ଗାଡୋ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking