33.1 C
Bhubaneswar
Monday, May 13, 2024
Homeଦେଶ ବିଦେଶଭାରତୀୟ ରେଳରେ ବି ମହିଳାଙ୍କୁ ମିଳିବ ରିଜର୍ଭ ସିଟ୍

ଭାରତୀୟ ରେଳରେ ବି ମହିଳାଙ୍କୁ ମିଳିବ ରିଜର୍ଭ ସିଟ୍

ନୂଆଦିଲ୍ଲୀ : ମହିଳା ମାନଙ୍କ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏବେ ଟ୍ରେନରେ ମହିଳାମାନଙ୍କୁ ସିଟ୍ ପାଇଁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଯେଭଳି ବସ୍ ଓ ମେଟ୍ରୋ ଟ୍ରେନରେ ମହିଳାଙ୍କ ପାଇଁ ଅଲଗା ସିଟ ସଂରକ୍ଷିତ ହୋଇ ରହିଥାଏ । ସେହିପରି ଭାରତୀୟ ରେଲୱେର ଅଲଗା ଅଲଗା କୋଚରେ ବି ମହିଳାଙ୍କ ପାଇଁ ସିଟ ସଂରକ୍ଷିତ ହୋଇ ରହିବ । ଭାରତୀୟ ରେଳବାଇ ପକ୍ଷରୁ ଦୂରଗାମୀ ଟ୍ରେନରେ ବି ମହିଳା ଯାତ୍ରୀଙ୍କ ପାଇଁ ବର୍ଥ ରିଜର୍ଭର ବ୍ୟବସ୍ଥା ରହିବ ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଦୂରଗାମୀ ଟ୍ରେନରେ ମହିଳାଙ୍କ ଆରାମଦାୟକ ଯାତ୍ରା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ରିଜର୍ଭ ବର୍ଥ ନିର୍ଦ୍ଧାରିତ କରିବା ସହିତ ଅନେକ ସୁବିଧା ଆରମ୍ଭ ହୋଇଛି । ଏହା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦୂରଗାମୀ ମେଲ ଓ ଏକ୍ସପ୍ରେସ ଟ୍ରେନଗୁଡିକରେ ସ୍ଳିପର କ୍ଲାସରେ ୬ଷ୍ଠ ବର୍ଥ ସଂରକ୍ଷିତ ରହିବ । ଗରିବ ରଥ, ରାଜଧାନୀ, ଦୁରନ୍ତେ ସହିତ ସମ୍ପୁର୍ଣ୍ଣ ବାତାନୁକୁଳିତ ଏକ୍ସପ୍ରେସ ଟ୍ରେନ ଗୁଡିକରେ ଥାର୍ଡ ଏସି କୋଚରେ ୬ଷ୍ଠ ବର୍ଥ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking