41.1 C
Bhubaneswar
Sunday, April 28, 2024
Homeକରୋନାଓମିକ୍ରନକୁ ନେଇ ଆସିଲା ବଡ ଖବର

ଓମିକ୍ରନକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ : ଓମିକ୍ରନ ଆତଙ୍କ ଭିତରେ ଏକ ଭଲ ଖବର ଆସିଛି । କରୋନାର ନୂଆ ଭାରିଆଂଟ ଓମିକ୍ରନ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଓମିକ୍ରନ ପାଇଁ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ଡେଲଟା ଭାରିଆଂଟ ତୁଳନାରେ ଏହା କମ ଖତରନାକ ବୋଲି ରିପୋର୍ଟ ଆସିଛି । ଅଧ୍ୟୟନ ଅନୁଯାୟୀ, ଡେଲଟା ତୁଳନାରେ ଓମିକ୍ରନ ୭୦ ଗୁଣା ବେଗରେ ବୃଦ୍ଧି ପାଉଥିବାବେଳେ ଶ୍ୱାସନଳୀ ଉପରେ ଏହାର ପ୍ରଭାବ କିନ୍ତୁ ଡେଲଟା ତୁଳନାରେ ୧୦ ଗୁଣା କମ ରହିଛି ।

ହଙ୍ଗକଙ୍ଗ ୟୂନିଭର୍ସିଟିର ଏକ ଅଧ୍ୟୟନ ଅନୁଯାୟୀ, ଓମିକ୍ରନ ଶ୍ୱାସନଳୀ ଉପରେ କମ ପ୍ରଭାବ ପକାଉଛି । ଡାକ୍ତର ମାଇକେଲ ଚାନ ଚି-ୱାଇ କହିଛନ୍ତିଯେ, ଓମିକ୍ରନ ଶ୍ୱାସନଳୀ ଭିତରେ ଡେଲଟା ତୁଳନାରେ ୧୦ ଗୁଣା କମ ବେଗରେ ବୃଦ୍ଧି ପାଇଥାଏ । ଫଳରେ ଓମିକ୍ରନ ସଂକ୍ରମଣ ଦ୍ୱାରା ଶ୍ୱାସନଳୀ ସେତେଟା କ୍ଷତିଗ୍ରସ୍ତ ହୋଇନଥାଏ । ଫଳରେ ରୋଗୀଙ୍କ ମୃତ୍ୟୁ ଆଶଙ୍କା କମ ରହିଥାଏ ।

ସମ୍ପ୍ରତି କରୋନାର ନୂଆ ଭାରିଆଂଟ ଓମିକ୍ରନ ଯୋଗୁଁ ଅନେକ ଦେଶରେ ତୃତୀୟ ଲହରର ଆଶଙ୍କା ପ୍ରକାଶ ପାଇଛି । ବିଶେଷକରି ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ ଏହାଦ୍ୱାରା ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଭାରତରେ ଏହାର ସେତେଟା ପ୍ରଭାବ ପରିଲକ୍ଷିତ ହୋଇନଥିଲେବି ୧୯ ରାଜ୍ୟରେ ଓମିକ୍ରନ ଭାରିଆଂଟ ଠାବ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking