28.1 C
Bhubaneswar
Thursday, March 28, 2024
Homeଓଡିଶାଜାନୁଆରୀ ୪ରୁ ଚିଲିକାରେ ପକ୍ଷୀ ଗଣନା

ଜାନୁଆରୀ ୪ରୁ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ୱର: ଚିଲିକାରେ ଜାନୁଆରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥିପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯିବ । ଗଣନା କାର୍ୟ୍ୟରେ ମୋଟ ୨୧ଟି ଟିମ୍‌ ନିୟୋଜିତ ହେବେ । ଟାଙ୍ଗୀ ଜୋନ୍‌ରେ ୮ଟି ଟିମ୍‌, ବାଲୁଗାଁରେ ୫, ସାତପଡ଼ାରେ ୩, ରମ୍ଭା ଓ କୃଷ୍ଣପ୍ରସାଦ ଜୋନ୍‌ରେ ଅବଶିଷ୍ଟ ଟିମ୍‌ ନିୟୋଜିତ ରହିବେ ।
ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଗଣନା କାର୍ୟ୍ୟରେ ନିୟୋଜିତ ରହିବେ । ଗଣନା କାର୍ୟ୍ୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିପିଏସ୍‌ ଓ ବାଇନୋକୁଲାର ବ୍ୟବହାର କରାଯିବ । ସକାଳ ୬ଟାରୁ ଗଣନା କାର୍ୟ୍ୟ ଆରମ୍ଭ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଥାଉକି, ଗତବର୍ଷ ଚିଲିକାକୁ ରେକର୍ଡ଼ ସଂଖ୍ୟକ ୧୨ ଲକ୍ଷ ୪୨ ହଜାର ୮୨୬ ବିଦେଶୀ ପକ୍ଷୀ ଆସିଥିଲେ । ତା’ ପୂର୍ବ ବର୍ଷ ୧୧ ଲକ୍ଷ ୫ ହଜାର ୪୦ ବିଦେଶାଗତ ପକ୍ଷୀ ଆସିଥିଲେ । ଚଳିତବର୍ଷ ଡିସେମ୍ବର ପହିଲା ସୁଦ୍ଧା ଚିଲିକାକୁ ୪ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀମାନଙ୍କର ଆଗମନ ହୋଇଥିଲା । ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀମାନଙ୍କର ଅବାଧ ବିଚରଣ ଓ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଚିଲିକା ବନଖଣ୍ଡ ତରଫରୁ ୨୦ଟି ଅସ୍ଥାୟୀ ପକ୍ଷୀସୁରକ୍ଷା ଶିବିର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking