28.1 C
Bhubaneswar
Tuesday, May 21, 2024
Homeଓଡିଶାରୁବେଲାକୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରୁବେଲାକୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ରାଜ୍ୟରେ ରୁବେଲ ସମସ୍ୟାକୁ ନେଇ ସମସ୍ତେ ଚିିନ୍ତିତ ହୋଇପଡିଛନ୍ତି । ତେବେ କେହି ଚିନ୍ତିତ ବା ଭୟଭିତ ନହୋଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ବିଶେଷ କରି ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସତର୍କ କାରାଇଛନ୍ତି । ସେ କହିଛନ୍ତି ଯେ, ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ ଦେଖା ଦେଇଥାଏ । ତେଣୁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ ଦେଖାଗଲେ ଅବା ସେମାନଙ୍କୁ ଜ୍ୱର ହେଲେ ତୁରନ୍ତ ଟେଷ୍ଟିଂ କରାନ୍ତୁ । ନବରଙ୍ଗପୁରର ଦୁଇଟି ବ୍ଲକରେ ୧୮ ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ଥିଲା । ଏହି ରୋଗୀ ମାନେ ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସେ କହିଛନ୍ତି । ଡ ମହାପାତ୍ର  କହିଛନ୍ତି  ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ । ଆମର ଆରଆରଟି ଟିମ୍ ସରଭେଲାନ୍ସ କରୁଛି । ଇମ୍ୟୁନାଇଜେସନକୁ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି  ବର୍ତ୍ତମାନ ୧ ବର୍ଷ, ୬ ବର୍ଷ ଓ ୮ ବର୍ଷ ପିଲାଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି । ସେମାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଉଛି । ନୂଆ ମାମଲା ଆସି ନାହିଁ । ଏଯାଏଁ ମୋଟ୍ ୧୮ ନମୂନାରୁ ୨ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking