28.1 C
Bhubaneswar
Tuesday, May 21, 2024
Homeଓଡିଶାଆଜିଠାରୁ ଆରମ୍ଭ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ

ଆଜିଠାରୁ ଆରମ୍ଭ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ

ପୁରୀ: ସଜେଇ ହେଉଛି ଚନ୍ଦନ ପୁଷ୍କରଣୀ । ଏଥିସହ ଆଜିଠାରୁ  ପବିତ୍ର ଅକ୍ଷୟ ତୃତୀୟା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଜଳକ୍ରୀଡା ପାଇଁ ଆଜି ପୂର୍ବାହ୍ନରେ ଠାକୁରଙ୍କ ରୂପା ସିଂହାସନ ନରେନ୍ଦ୍ର ପୁଷ୍କରିଣୀ ପରିସରକୁ ନିଆଯାଇଛି । ଏହି ସିଂହାସନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଧୁସୂଦନ ,ଭୂଦେବୀ ,ଶ୍ରୀଦେବୀ ବିଜେ କରି ନୌକାରେ ଜଳକ୍ରୀଡା କରିବେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାର ମାସରେ ତେର ପର୍ବ । ସେଥିମଧ୍‌ଯରୁ ଚନ୍ଦନଯାତ୍ରା ଅନ୍‌ଯତମ । ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ମହାପ୍ରଭୁ ଚାପ ଖେଳିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍‌ଯାୟରେ । ଚନ୍ଦନଘର ଉପରେ ଉଠିଥିବା ଗଛ ଗୁଡିକୁ ପରିଷ୍କାର କରାଯିବା ପରେ ରଙ୍ଗ ଧଉଳା କରାଯାଇଛି । ଚତୁପାର୍ଶ୍ୱ ରଙ୍ଗ କାର୍ଯ୍ୟ ମଧ୍‌ଯ ଶେଷ ହୋଇଛି । ନନ୍ଦା ଭଦ୍ରା ନୌକର ମରାମତି କାର୍ଯ୍‌ଯ ମଧ୍ୟ ଶେଷ ପର୍ଯାୟରେ । ଚନ୍ଦନଘର ବାହାର ପାର୍ଶ୍ୱରେ ଚିତ୍ରକରଙ୍କ ଦ୍ୱାରା ବିଭିନ୍ନ ଚିତ୍ର ସୁସଜ୍ଜିତ କରାଯାଉଛି । ଚାପ ଡଙ୍ଗାରେ ରଙ୍ଗ କରାଯାଉଥିବା ବେଳେ ଚକଡା ଓ ମଣ୍ଡରେ ଛାମୁଣ୍ଡିଆ କରାଯାଇଛି । ପୁଷ୍କରିଣୀ ମଧ୍ୟରେ ଭାର ବନ୍ଧା କାର୍ଯ୍‌ଯ ମଧ୍ୟ ଶେଷ ପର୍ଯ୍‌ଯାୟରେ । ପୁଷ୍କରିଣୀ ଚତୁପାର୍ଶ୍ୱରେ ପ୍‌ଯାନେଲ ଓ ଡିଜାଇନ କାମ ଶେଷ ପର୍ଯ୍‌ଯାୟରେ ପହଞ୍ଚିଛି । ୨୮୨ଟି ପ୍‌ଯାନେଲ ରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର, ରଥଯାତ୍ରା,ମନ୍ଦିର ତୋଳା, ଝୁଲଣ ଯାତ୍ରା, ପର୍ବପର୍ବାଣୀ, ,୩୨ ବେଶ,ଦଶାବତାର, ମନ୍ଦିର ଭିତରର ନୀତିକାନ୍ତି ମହାପ୍ରସାଦ ପ୍ରସ୍ତୁତି,ଶ୍ରୀ କ୍ଷେତ୍ରର ସାହିଯାତ, ନରେନ୍ଦ୍ର ପୁଷ୍କରିଣୀର ଖନନର କଥାବସ୍ତୁ ପାଚେରି ଦେଖିବାକୁ ପାଇବେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ । ଶ୍ରଦ୍ଧାଳୁ ଓ ଭକ୍ତ ମାନେ ପୁଷ୍କରିଣୀ ପରିକ୍ରମା କରିବା ବେଳେ ଯେପରି କେହି ପୁଷ୍କରିଣୀ ମଧ୍‌ଯରୁ ଖସି ନପଡେ ସେଥିପାଇଁ ଲୁହାର ବାଡ ଦିଆଯାଇଛି । ନରେନ୍ଦ୍ରକୁ ସ୍ୱାଗତ କରିବେ ନନ୍ଦା,ଭଦ୍ରା ପ୍ରତୀକାତ୍ମକ ତୋରଣ । ମହାପ୍ରଭୁଙ୍କ ଚାପଖେଳ ଦେଖିବା ପାଇଁ ଆସୁଥିବା ଭକ୍ତ ତୋରଣରେ ନନ୍ଦା ଭଦ୍ରା ନୌକାର ପ୍ରତିରୂପ ଦେଖିବାକୁ ପାଇବେ । ମହାପ୍ରଭୁଙ୍କ ସମେତ ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଶ୍ରୀମନ୍ଦିରରୁ ମଣି ବିମାନରେ ବସି ନରେନ୍ଦ୍ର ପୁଷ୍କରିଣକୁ ବିଜେ କରି ଜଲକ୍ରୀଡା କରିବେ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସହ ପ୍ରଭୁ ଶ୍ରୀଲୋକନାଥ,ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀ ଜମ୍ବେଶ୍ୱର, ଶ୍ରୀ କପାଳମୋଚନ ଓ ଶ୍ରୀନୀଳକଣ୍ଠେଶ୍ୱର ମଧ୍‌ଯ ସାମିଲ ହେବେ । ନରେନ୍ଦ୍ର ପୁଷ୍କରିଣୀର ପାହଚ ସହ ପାଣି ପରିଷ୍କାର ପରିଚ୍ଛନ୍ନ ରଖାଯିବା ସହ ଚୂନ ପଡିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ସମେତ ୧୦ ଜଣ ମହାରଣାଙ୍କ ସମେତ ୧୦ ଜଣ ଭୋଇ ସେବକ କାର୍ଯ୍‌ଯ କରୁଛନ୍ତି । ଚନନଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଜଳକ୍ରୀଡା ପାଇଁ ନନ୍ଦା,ଭଦ୍ରା ଓ ବୈଜୟନ୍ତୀ ଚାପ ଡଙ୍ଗା ଅପେକ୍ଷାରତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking