30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଭାରତୀୟ ସେନା ବିମାନ ମିଗ-୨୯କେ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ଭାରତୀୟ ସେନା ବିମାନ ମିଗ-୨୯କେ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ନୂଆଦିଲ୍ଲୀ : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଗୋଆ ଉପକୂଳରୁ ନିୟମିତ ବିମାନ ଉଡ଼ାଣ ସମୟରେ ଏକ ଆର୍ମି ମିଗ-୨୯କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାନ୍ତ୍ରିକ ତ୍ରୁଟି ହେତୁ ମିଗ-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଭାରତୀୟ ନୌସେନା ସୂଚନା ଦେଇଛି। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। ତାଙ୍କ ଅବସ୍ଥା ସ୍ଥିର ରହିଛି ।

ଭାରତୀୟ ନୌସେନା ଏହାର ବିବୃତ୍ତିରେ କହିଛି, ଗୋଆ ଉପକୂଳରୁ ନିୟମିତ ବିମାନ ଉଡ଼ାଣ ସମୟରେ ଏକ ମିଗ-୨୯କେ ଯୁଦ୍ଧ ବିମାନ ସମୁଦ୍ର କୂଳରେ ଖସିପଡିଥିଲା। ବେସ କୁ ଫେରୁଥିବାବେଳେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ହୋଇଛି। ତେବେ ପାଇଲଟ ନିରାପଦରେ ବାହାରକୁ ବାହାରି ଆସିଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ପାଇଲଟଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଭାରତୀୟ ନୌସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking