31.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଚୀନ୍‌କୁ ଚେତାବନୀ : ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ

ଚୀନ୍‌କୁ ଚେତାବନୀ : ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମଙ୍ଗଳବାର ‘ମେକ୍ ଇନ ଇଣ୍ଡିଆ’ ଅଧୀନରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ପାଇଁ ୭,୯୬୫ କୋଟିର ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ତଥା ପରିଚାଳନା ଆବଶ୍ୟକତା ଲାଗି ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛି । ଭାରତର ପ୍ରତିରକ୍ଷା କ୍ଷମତାକୁ ଆଉ ପାଦେ ଆଗକୁ ନେଇ ମନ୍ତ୍ରାଳୟ ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟ ଉପକରଣର କ୍ରୟକୁ ଅନୁମତି ଦେଇଛି । ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଏକ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ସମସ୍ତ ପ୍ରସ୍ତାବ ଶତ ପ୍ରତିଶତ ଭାରତରେ ହିଁ ଡିଜାଇନ୍‌, ବିକାଶ ଏବଂ ଉତ୍ପାଦନ କରାଯିବ । ଏହାକୁ ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ରଖାଯାଇଛି । କହି ରଖୁଛୁ, ପୂର୍ବ ଲଦାଖରେ ଚୀନ ସହ ତିକ୍ତତା ଭିତରେ ପ୍ରତିରକ୍ଷା ମନ୍ତ୍ରାଳୟ ସେନାକୁ ଅତ୍ୟାଧୁନିକ ଟେକ୍‌ନିକ୍‌ରେ ସଜେଇବା ପାଇଁ ଏହି ୭,୯୬୫ କୋଟିର ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି । ମନ୍ତ୍ରାଳୟ ତରଫରୁ ଯେଉଁ ପ୍ରାଜେକ୍ଟକୁ ସବୁଜ ସଙ୍କେତ ଦିଆଯାଇଛି, ସେଥିରେ ୧୨ ଲାଇଟ୍ ୟୁଟିଲିଟି ହେଲିକାପ୍ଟର, ଶର୍ଟ ରେଞ୍ଜ ହୁନ ମାଉଣ୍ଟ, ଲିଙ୍କ୍‌ସ ଫାୟାର କଣ୍ଟ୍ରୋଲ ସିଷ୍ଟମ୍ ଏବଂ ଡୋର୍ନିୟର ଏୟାରକ୍ରାଫ୍ଟର ମିଡ୍ ଲାଇଫ୍ ଅପଗ୍ରେଡ୍ ସାମିଲ ଅଛି । ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି କି, ଏହି ସବୁର ନିର୍ମାଣ ଏବଂ ଅପ୍‌ଗ୍ରେଡେଶନ ସମ୍ପୂର୍ଣ୍ଣ ଭାବେ ଭାରତରେ ହିଁ କରାଯିବ । ମନ୍ତ୍ରାଳୟ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଏହି ପ୍ରୋଜେକ୍ଟକୁ ମଞ୍ଜୁରି ଦେଇଛି । ଯେଉଁ ୧୨ ଲାଇଟ୍ ୟୁଟିଲିଟି ହେଲିକାପ୍ଟରକୁ ମଞ୍ଜୁରୀ ଦିଆଯାଇଛି । ‘ଆତ୍ମନିର୍ଭର ଭାରତ’ ପାଇଁ ଆଉ ଏକ ପ୍ରୋତ୍ସାହନ ରୂପରେ ଦ୍ୱାରା ନିର୍ମିତ ଉନ୍ନତ ସୁପର ରାପିଡ୍ ଗନ୍ ମାଉଣ୍ଟରେ ଯୋଡ଼ା ଯାଇଥିବା ବନ୍ଧୁକ ପରିମାଣ ଏବଂ ନୌସେନା ବନ୍ଧୁକର ବିଶ୍ୱ କ୍ରୟ ମାମଲାକୁ ବନ୍ଦ କରି ଦିଆଯାଇଛି । ଯେତେବେଳେ କି, ନୌସେନାର କ୍ଷମତାକୁ ବଢ଼ାଇବା ପାଇଁ ଲିଙ୍କ୍‌ସ ଫାୟାର କଣ୍ଟ୍ରୋଲ ସିଷ୍ଟମ୍ ସାମୁଦ୍ରିକ ଅନୁସନ୍ଧାନ ଏବଂ ଉପକୂଳ ନିରୀକ୍ଷଣ ପାଇଁ ଏଚ୍‌ଏଏଲ୍ ଡୋର୍ନିୟର ଏୟାରକ୍ରାଫ୍ଟର ମିଡ୍ ଲାଇଫ୍ ଅପଗ୍ରେଡ୍‌ର କାମ କରିବ, ଯଦ୍ଦ୍ୱାରା ଅନୁସନ୍ଧାନ ବିମାନର ଟ୍ରାକିଙ୍ଗ୍ କ୍ଷମତାକୁ ବଢ଼ା ଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking