35.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶ୬ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଆସିଲା ୩୦ହଜାର ନୂଆ ମାମଲା

୬ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଆସିଲା ୩୦ହଜାର ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୬ଦିନ ଧରି ଲଗାତାର ୪୦ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ନୂଆ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୂଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ୩୦,୫୪୯ ନୂତନ କରୋନା ମାମଲା ସାମ୍ନାକୁ ଆସିଛି ଏବଂ ୪୨୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗତ କିଛି ଦିନ ମଧ୍ୟରେ କେରଳରେ ସବୁଠୁ ଅଧିକ ୧୩ହଜାର ୯୮୪ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୩୮ହଜାର ୮୮୭ ଲୋକ କରୋନାରୁ ସୁସ୍ଥ ହୋଇଥିବାବେଳେ କାଲି ୮୭୬୦ଟି ଆକ୍ଟିଭ କେସ୍ କମ ହୋଇଥିବା ସୂଚନା ମିଳିଛି ।

କେରଳରେ ଲଗାତାର ୬ଦିନ ଯାଏଁ ୨୦ ହଜାରରୁ ଅଧିକ ନୂତନ କୋଭିଡ ମାମଲା ସାମ୍ନାକୁ ଆସିବା ପରେ ସୋମବାରକୁ ସଂକ୍ରମଣର ୧୩ହଜାର ୯୮୪ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢି଼ ୩୪ଲକ୍ଷ ୨୫ହଜାର ୪୭୩ ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ହାର ବଢ଼ି ୧୬ହଜାର ୯୫୫ରେ ପହଞ୍ଚିଛି ।
ମହାମାରୀ ଆରମ୍ଭରୁ ଏବେ ପର୍ଯ୍ୟନ୍ତ ମୋଟ ୩କୋଟି ୧୭ଲକ୍ଷ ୨୬ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଲକ୍ଷ ୨୫ହଜାର ୧୯୫ଜଣଙ୍କର ମୃତ୍ୟୁ ହୋଇଛି । ତେବେ ୩କୋଟି ୮ଲକ୍ଷ ୯୬ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ଦେଶରେ କରୋନା ସକ୍ରିୟ ମାମଲା ୪ଲକ୍ଷରୁ ଅଧିକ ରହିଛି । ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୪ହଜାର ୯୫୮ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking