40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆଇଏସ୍‌ଆଇର ନୂଆ ଆତଙ୍କୀ ଯୋଜନା : ପିଓକେରେ କଣ୍ଟ୍ରୋଲ ରୁମ୍‌, ୮ଟି ନୂଆ ରାସ୍ତା ଚିହ୍ନଟ

ଆଇଏସ୍‌ଆଇର ନୂଆ ଆତଙ୍କୀ ଯୋଜନା : ପିଓକେରେ କଣ୍ଟ୍ରୋଲ ରୁମ୍‌, ୮ଟି ନୂଆ ରାସ୍ତା ଚିହ୍ନଟ

ନୂଆଦିଲ୍ଲୀ:  ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦ କାର୍ଯ୍ୟ ସମ୍ପାଦନ କରିବାକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଜୋରଦାର ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ଜମ୍ମୁ-କଶ୍ମୀରରେ ସ୍ୱାଧୀନତା ଦିବସ ପାଳନକୁ ଭଣ୍ଡୁର କରିବାକୁ ଏହି ଯୋଜନା ଉଦ୍ଦିଷ୍ଟ। ଏଥିପାଇଁ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଯୋଜନାର ସଫଳ ରୂପାୟନ ପାଇଁ ଆଇଏସ୍‌ଆଥର ବରିଷ୍ଠ ଅଧିକାରୀମାନେ ଇତିମଧ୍ୟରେ ଲସ୍କର-ଇ-ତୋଇବା, ଜୈସ୍‌-ଇ-ମହମ୍ମଦ, ଅଲ୍‌-ବଦର ଭଳି ଆତଙ୍କବାଦୀ ସଂଗଠନର ମୁଖିଆଙ୍କ ସହ ଏକାଧିକ ଆଲୋଚନା କରିସାରିଛନ୍ତି । ଭରତକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ନିମନ୍ତେ ୮ଟି ନୂତନ ରାସ୍ତାକୁ ଚିହ୍ନଟ କରାଯାଇଛି । ଏଗୁଡିକ ହେଲା ପିଓକେର  ନାଲିରୁ କାଲାକୋଟ ଦେଇ ମହାଦେବ ଗ୍ୟାପ୍ ଓ ଏଠାରୁ ମାଜୋଟ୍ ଦେଇ ଦୁଣ୍ଡେସାର ଜଙ୍ଗଲ, କୋଟ୍‌କୋଟେରାରୁ ବ୍ରାଲ ଗଲି ଦେଇ ବାଗ୍‌ଲା ଓ ଏଠାରୁ କାଲାକୋଟ୍‌, ନିକାଲିରୁ କୋଙ୍ଗା ଗଲି ଦେଇ ଦାଡୋଟ୍‌, ବନ୍ତଲ ଗ୍ରାମରୁ କଶ୍ମୀର ଦେଇ କାସ୍ ନାଲା, ପିଓକେର ଗୋଇରୁ ସୋନେ ଗଲିରୁ ନନ୍ଦେରି, ପିଓକେର ତାରକୁଣ୍ଡିରୁ କାଣ୍ଡି ଦେଇ ବୁଦାହଲ, ପିଓକେର ଦାବାସିରୁ ଝିଲ୍‌କା ଗଲି ଦେଇ ହର୍ନି ଜଙ୍ଗଲ ଓ କୁଇରେଟାରୁ ମୋହରା ଗ୍ୟାପ୍ ଦେଇ କଶ୍ମୀର ଘାଟିକୁ ପ୍ରବେଶ । ଏହାବ୍ୟତୀତ ପାକିସ୍ତାନ ପକ୍ଷରୁ ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ୨୭ଟି ଲଞ୍ଚ୍ ପ୍ୟାଡ୍ ପ୍ରସ୍ତୁତ କରାଯାଇଛି । ଚଳିତବର୍ଷ ଜୁନ୍‌ରୁ ଏହି ଲଞ୍ଚ୍ ପ୍ୟାଡ୍‌ରେ ୧୪୫ ଆତଙ୍କବାଦୀଙ୍କୁ ଭାରତ ପଠାଇବାକୁ ପ୍ରସ୍ତୁତ ରଖାଯାଇଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ଆଲର୍ଟ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking