ତୁରନ୍ତ କ୍ଷତିପୂରଣ ନ ଦେଲେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଯାଜପୁର: ଯାଜପୁର ବିଂଝାରପୁର ବ୍ଲକ ବରପଦା ଗ୍ରାମର ମୃତ ଚାଷୀ ରମାକାନ୍ତ ମଲିକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ନ ଦେଲେ ଆସନ୍ତା ୧୩ ତାରିଖରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବ ବୋଲି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚେତାବନୀ ଦେଇଛନ୍ତି । ବିଂଝାରପୁର ଭାଗବତ ସେବାଶ୍ରମଠାରେ ସଂଗଠନର ରାଜ୍ୟ ସହସଂଯୋଜକ ନିମାଇଁ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଯୋଗ ଦେଇ ଅକ୍ଷୟ କୁମାର ବରପଦା ଗ୍ରାମର ମୃତ ଚାଷୀ ରମାକାନ୍ତଙ୍କ ଆତ୍ମହତ୍ୟା ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି । ରମାକାନ୍ତଙ୍କ ଆତ୍ମହତ୍ୟାକୁ ମାସେ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିନାହିଁ କି ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହିଁ । ମୃତ ଚାଷୀ ରମାକାନ୍ତଙ୍କ ପରିବାରକୁ କ୍ଷତିପୂରଣ ନ ଦେଲେ ଅକ୍ଷୟ କୁମାର ଓ ରମାକାନ୍ତଙ୍କ ପରିବାର ଆସନ୍ତା ୧୩ ତାରିଖରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here