ନେଟୱାର୍କ ନଥିବା ପଞ୍ଚାୟତ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ

ନୟାଗଡ଼: ସ୍କୁଲ ବନ୍ଦ, ନେଟୱ।ର୍କ ନାହିଁ, ଅନ୍ ଲାଇନ୍ ପାଠ ପଢିବା ପାଇଁ କିଏ ପାଣି ଟାଙ୍କି ଉପରେ ତ ଆଉ କିଏ ଗଛ ଉପରେ । ଦୁର୍ଭାଗ୍ୟ ବଶତଃ ଟିକିଏ ଅନ୍ୟ ମନସ୍କ ହେଲେ ଜୀବନ ଗଲା । ଏଭଳି ନେଟୱାର୍କ ନଥିବା ପଞ୍ଚାୟତ ହେଉଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତ ରେ ଟେଲିଫୋନ ଟାୱାର ନାହିଁ । ସରକାର କି ବେସରକାରୀ କମ୍ପାନୀ କାହାରି ଦୃଷ୍ଟି ନାହିଁ । ସରକାରଙ୍କ ଘୋଷଣା ଏପ୍ରିଲ ମାସ ସୁଧା ସବୁ ପଞ୍ଚାୟତ କୁ ହାଇ ସ୍ପିଡ୍ ଇଣ୍ଟରନେଟ ସୁବିଧା , ହେଲେ କିପରି ସମ୍ଭବ ? ଶଙ୍ଖଯୋଡିର ସ୍କୁଲ ପିଲାମାନେ କିପରି ପାଣି ଟାଙ୍କିରେ ଚଢି ବିପଦ ଶ°ଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ଦେଖନ୍ତୁ ଓ ପିଲାଙ୍କ ଠାରୁ ଶୁଣନ୍ତୁ । ଏହି ପଞ୍ଚାୟତରେ ମୋବାଇଲ ଟାୱାର ବସାଇବା ପାଇ ଦାବୀ । ଦୁରସ°ଚାର ବିଭାଗ ନୟାଗଡ଼ ଜିଲ୍ଲା ଟାୱାର ଦାୟିତ୍ୱରେ ଥିବା SDO ପ୍ରଭାତ କୁମାର ସାହୁ ଙ୍କୁ ପଚାରିବାରେ କୁହନ୍ତି , ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ବନ୍ଧମୁଣ୍ଡା ପଞ୍ଚାୟତ ରେ ଟାୱାର ବସାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସର୍ଭେ ଚାଲିଛି । ହେଲେ ବିଏସଏନଏଲରେ ଆର୍ଥିକ ସ°ଙ୍କଟ ଯୋଗୁଁ କିଛି ହୋଇ ପାରୁନି ।

LEAVE A REPLY

Please enter your comment!
Please enter your name here