ବିରଜା ବାହିନୀ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ

ଯାଜପୁର: ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କର ରଥ ଚଳିତ ବର୍ଷ ଗଡ଼ିବା ନେଇ ହାଇକୋର୍ଟରୁ ରାୟ ପ୍ରକାଶ ପାଇବା ପରେ ଯାଜପୁରରେ ଖୁସୀର ଲହରୀ ଖେଳିଯାଇଛି । ଜିଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଭିଡ଼ କଟକଣା ଭିତରେ ମା’ବିରଜାଙ୍କର ଅନୁଷ୍ଠିତ ହେବାକୁ ଥିବା ନବଦିବସୀୟ ରଥଯାତ୍ରାକୁ ପାଳନ କରାଯିବା ରାୟକୁ ସ୍ୱାଗତ କରିଛନ୍ତି ଯାଜପୁରର ବିରଜା ବାହିନୀ । ଏହି ରାୟ ପ୍ରକାଶ ପରେ ବିରଜା ବାହିନୀ ପକ୍ଷରୁ ମା’ଙ୍କ ମନ୍ଦିର ଚର୍ତଃୁପାର୍ଶ୍ୱରେ ବାଣଫୁଟାଇ ଏକ ଶୋଭା ଯାତ୍ରା କରି ମା’ଙ୍କ ଜୟଗାନ କରିଥିଲେ । ମା’ଙ୍କ ମନ୍ଦିର ବାହାରେ ପ୍ରଦୀପ ପ୍ରଜ୍ୱଳନ କରି ଆଶିର୍ବାଦ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here