34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୁଁ ଏହି ପୋଷ୍ଟ କରିନାହିଁ, ମୁଁ କେବେହେଲେ କୌଣସି ମହିଳାଙ୍କ ବିରୋଧରେ ଏପରି ଅଭଦ୍ର ମନ୍ତବ୍ୟ...

ମୁଁ ଏହି ପୋଷ୍ଟ କରିନାହିଁ, ମୁଁ କେବେହେଲେ କୌଣସି ମହିଳାଙ୍କ ବିରୋଧରେ ଏପରି ଅଭଦ୍ର ମନ୍ତବ୍ୟ ଦିଏ ନାହିଁ : ସୁପ୍ରିୟା ଶ୍ରୀନେତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ । ଗତକାଲି ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଆଜି ମହିଳା ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସର୍ବଦଳୀୟ ସମାଲୋଚନା ପରେ ସେ ଆପତ୍ତିଜନକ ପୋଷ୍ଟକୁ ଡିଲିଟ କରିଥିଲେ ସୁଦ୍ଧା ବର୍ତ୍ତମାନ ମହିଳା ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୁପ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲ୍ୟୁ) ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି । ଏନସିଡ୍ଲୁ ସୋସିଆଲ ମିଡିଆ ‘ଏକ୍ସ’ ରେ ଲେଖିଛନ୍ତି ଯେ, ‘ସୁପ୍ରିୟା ଶ୍ରୀନେତଙ୍କ ଏପରି ଆଚରଣରେ ଏନସିଡବ୍ଲୁ ସ୍ତବ୍ଧ । ଏହିପରି ଆଚରଣ ଅସହିଷ୍ଣୁ ଏବଂ ମହିଳାଙ୍କ ସମ୍ମାନ ବିରୁଦ୍ଧରେ ଅଟେ । ଆସନ୍ତୁ ସମସ୍ତ ମହିଳାଙ୍କ ପ୍ରତି ସମ୍ମାନ ଏବଂ ମର୍ଯ୍ୟାଦା ବଜାୟ ରଖିବା’। ଏନେଇ ସୁପ୍ରିୟା କହିଥିଲେ ଯେ, ‘ମୁଁ ଏହି ପୋଷ୍ଟ କରିନାହିଁ, ମୁଁ କେବେହେଲେ କୌଣସି ମହିଳାଙ୍କ ବିରୋଧରେ ଏପରି ଅଭଦ୍ର ମନ୍ତବ୍ୟ ଦିଏ ନାହିଁ । ବରଂ ମୋର ମେଟା ଆକାଉଣ୍ଟର ଅପବ୍ୟବହାର କରି ଏପରି ପୋଷ୍ଟ କରାଯାଇଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ମୁଁ ତୁରନ୍ତ ପୋଷ୍ଟକୁ ଡିଲିଟ କରିଛି । ଏଥିରେ କାହାର ହାତ ଅଛି, ସେନେଇ ଜାଣିବାକୁ ମୁଁ ଚେଷ୍ଟା ଚଲାଇଛି’।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking